ଟୁରିଷ୍ଟ ବସକୁ ଧକ୍କା ଦେଲା ଟ୍ରକ

କାମାକ୍ଷାନଗର,୦୪.୦୨.୨୦୨୪ ଥାନା ୧୪୯ ନଂ ଜାତିୟରାଜପଥ ଭେଜିଆ ଶିବ ମନ୍ଦିର ଛକ ନିକଟରେ ଟୁରିଷ୍ଟ ବସ ଧକ୍କା । ହାଇଓ୍ବା ଚାଳକଙ୍କ ସମେତ ୪ଜଣ ଆହତ ହୋଇଛନ୍ତି। ଆଜି ସକାଳ ୮ ଟା ସମୟରେ ଘଟିଛି ଏହି ଦୂର୍ଘଟଣା। ଯାଜପୁର ଜିଲ୍ଲା ବଡଚଣାରୁ ନିରୁପମା ନାମକ ବସଟି ସମ୍ବଲପୂର ଜିଲ୍ଲାର ହିରାକୂଦକୁ ଯାଇ ପିକନିକ ସାରି ଆଜି ଫେରୁଥିଲେ। ଫେରିବା ବାଟରେ ଭେଜିଆ ଛକନିକଟରେ ଟୁରିଷ୍ଟବସଟି ଏକ ଟ୍ରକକୁ ଓଭରଟେକ୍ କରୁଥିବାବେଳେ, ସମ୍ମୁଖରୁ ଆଉ ଏକ ହାଇଓ୍ବା ଟ୍ରକ ସହ ବସଟି ଧକା ହୋଇଥିଲା। ଏପଟେ ଓଭରଟେକ୍ କରୁଥିବା ଟ୍ରକ ସହ ମଧ୍ୟ ବସଟି ପିଟି ହୋଇଯାଇଥିଲା। ଫଳରେ ବସରେ ଥିବା ୪୦ ଜଣ ଯାତ୍ରିଙ୍କଧ୍ୟରୁ ୪ ଜଣ ଆହାତ ହେବାସହ ହାଇଓ୍ବା ଟ୍ରକର ଚାଳକ ମଧ୍ୟ ଆହାତ ହୋଇଥିଲେ। ଘଟଣାସ୍ଥଳରେ ମହାବିରୋଡ ପୋଲିସ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ହାଇଓ୍ବା ଟ୍ରକର ଡ୍ରାଇଭରକୁ ମଧ୍ୟ ଉଦ୍ଧାର କରିଥିଲେ। ଆହାତ ଟ୍ରକ ଚାଳକ ସମେତ ମୋଟ ୫ ଜଣକୁ ୧୦୮ ଆମ୍ବୁଲାନ୍ସ ଯୋଗେ ତାଳଚେର ସ୍ଥିତ ମଣ୍ଡାପାଳ ମେଡିକାଲକୁ ପଠାଇଥିଲେ। ଅଳ୍ପକେ ବର୍ତିଯାଇଥିବା ଯାତ୍ରୀମାନଙ୍କୁ ଅନ୍ୟଏକ ବସ ଯୋଗେ ବଡଚଣା ପଠାଯାଇଥିବା ଯଣାପଡିଛି।

Leave a Reply

Your email address will not be published. Required fields are marked *