ରାଇକିଆ ଜନଜାତି ମହୋତ୍ସବରେ ମିଲେଟ୍ ଖାଦ୍ୟ ମେଳା

ଫୁଲବାଣୀ ରାଇକିଆ ମହୋତ୍ସବ ଅବସରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ମିଲେଟ ମିଶନ୍ ରାଇକିଆ ସହଯୋଗରେ ଚାଲିଥିବା କ୍ଷୁଦ୍ରଦାନା ଶଶ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ମିଲେଟ୍ ଖାଦ୍ୟ ଷ୍ଟଲ ଏବଂ ମାଣ୍ଡିଆ ରଥ କନ୍ଧମାଳ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରୋଦନ ମଲ୍ଲିକଙ୍କ ଦ୍ୱାରା ମାଣ୍ଡିଆ କେକ୍ କାଟି
ଉଦ୍‌ଘାଟନ କରିଛନ୍ତି । କାର୍ଯ୍ୟକ୍ରମ ରେ ଜିଲ୍ଲାପରିଷଦ ସଭ୍ୟ ସତ୍ୟବାନ ପାତ୍ର, ରାଇକିଆ ବ୍ଲକ ଅଧ୍ୟକ୍ଷ ପ୍ରିତମ ପ୍ରଧାନ, ଗୋଷ୍ଠିଉନ୍ନୟନ ଅଧିକାରି ସିମାଂଚଳ ମଣ୍ଡଳ, ଅତିରିକ୍ତ ଗୋଷ୍ଠିଉନ୍ନୟନ ଅଧିକାରି ଦିବ୍ୟସିଂ କହଁର, ମଙ୍ଗଳ ଉନ୍ନୟନ ଅଧିକାରି ଉର୍ମିଳା ପ୍ରଧାନ, ସହ କୃଷି ଅଧିକାରି ସୁଦିପ୍ତା ପ୍ରଧାନ ପ୍ରମୁଖ ଯୋଗଦେଇ ମାଣ୍ଡିଆ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଖାଦ୍ୟ କୁ ଦେଖି ପ୍ରସ୍ତୁତକାରୀ ସ୍ୱୟଂସହାୟକ ଦଳ ମାମଙ୍ଗଳା, (ବାନ୍ଦାପାଙ୍ଗା), ଅନ୍ନପୂର୍ଣ୍ଣା (କାଣ୍ଡାବାଡା), ସୁମୁତ୍ରା କାମ୍ବାଗୁଡା (ପେଟାପାଙ୍ଗା) ମାନଙ୍କୁ ସାଧୁବାଦ ଜଣାଇଥିଲେ । ଅନୁଷ୍ଠାନ ର ସଂପାଦକ ଈଂ. ହରି ଶଙ୍କର ରାଉତ ଏହିଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣ ଙ୍କ ମନ କୁ ଜିଣି ହିଦାଧିକାରୀ ବଢାଇହେବ ବୋଲି କହିଥିଲେ । ଦୀତିୟ ଦିବସ ରେ ମାନ୍ୟବର ଉପବାଚସ୍ପତି ସାଲୁଗା ପ୍ରଧାନ ଷ୍ଟଲ ବୁଲିବା
ସଙ୍ଗେ ସଙ୍ଗେ ମହିଳା ମାନଙ୍କୁ ଉତ୍ସାହିତ କରିବାସହ ମାଣ୍ଡିଆ ଚାଷ କୁ କିପରି ବହୁଳ ପ୍ରସାରି କରିହେବ ସେଦିଗରେ ସମସ୍ତେ ଯତ୍ନବାନ ହେବାକୁ ଆହ୍ୱାନ ଦେଇଥିଲେ । ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ଝୁଲିମା ଦଳବେହେରା, ସରପଂଚ ରାଇକିଆ ସୀତାଞଳୀ ପ୍ରଧାନ, ଡଡିଙ୍ଗିଆ ,ଅଶୋକ କୁମାର ପ୍ରଧାନ, ବେରେଡାକିଆ .ଅକ୍ଷୟ କୁମାର ପ୍ରଧାନ ଓ ଡଡିଙ୍ଗିଆ ସମିତିସଭ୍ୟ ପ୍ରଦିପ କୁମାର ପ୍ରଧାନ ଙ୍କ ସହ ସ୍ଥାନୀୟ ଅନ୍ୟ ଜନପ୍ରତିନିଧି ମାନେ ଉପସ୍ଥିତ ରହି ମାଣ୍ଡିଆ ର ମହତ୍ୱ ବିସୟ ରେ ଚର୍ଚ୍ଚା କରିବାସହ ଅଧିକ ଚାଷୀ ଙ୍କୁ ସାମିଲ କରି ପ୍ରଚୁର ଅମଳ ହେବାସହ ପରିବାର ର ଆର୍ଥିକ ସ୍ଥିତି କୁ ପରିବର୍ତନ କରିହେବ ବୋଲି ମତବ୍ୟକ୍ତ କରିଥିଲେ । ଜନଜାତି ମହୋତ୍ସବ ରେ ମାଣ୍ଡିଆ ଷ୍ଟଲ୍ ରେ ପ୍ରସ୍ତୁତ ହୋଇଥିବା ସୁସ୍ୱାଦ ଖାଦ୍ୟର ମଜା ନେବା ପାଇଁ ଅଧିକ ଗହଳି ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ବରିଷ୍ଠ କର୍ମୀ ଗିରିଶଚନ୍ଦ୍ର ସାମଲ ପରିଚାଳନା କରିଥିବା ବେଳେ ହୃଷିକେଶ ଅମାୟତ, ନିକୁନ୍ଦ ପ୍ରଧାନ, କୃତିବାଶ ପ୍ରଧାନ ଓ ସଞୟ କୁମାର ରଣା ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *