5ଦିନ ହେଲା ଉମରକୋଟ ପୌର ପରିଷଦ କାର୍ଯ୍ୟାଳୟ ରେ ତାଲା

ଆଜିକୁ 5 ଦିନ ହେଲାଣି ଉମରକୋଟ ସହରରେ ସଫେଇ କର୍ମଚାରୀ ଙ୍କ କାର୍ଯ୍ଯ ବନ୍ଦ ଆନ୍ଦୋଳନ ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା କୁଡ କୁଡ଼ ପଡିଛି। ସଫେଇ କର୍ମଚାରୀ ଙ୍କ ଦାବି କେହି କର୍ଣ୍ଣପାତ କଲେ ନାହିଁ ତେଣୁ ପୌର ପ୍ରଶାସନ ଓ ପୌର ପରିଷଦ ର ଦୃଷ୍ଟି ଆକର୍ଷଣ କରିବାପାଇଁ ଅଭିନବ ପ୍ରତିବାଦ କରିଛନ୍ତି,ଏବଂ ସଫେଇ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ସବୁ ଠାରୁ ଆଶ୍ଚର୍ଯ୍ୟ କଥା ହେଲା ସହର ର ସଫେଇ କାର୍ଯ୍ୟ 5 ଦିନ ହେଲାଣି ଠପ ହେଲାଣି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଠିକା ସଂସ୍ଥା ମାଲିକ ର ଦେଖା ନାହିଁ। ଦୁଇ ଦିନ ହେଲା ସଫେଇ କର୍ମଚାରୀ ମାନେ ଶେଷରେ କୁଡ଼୍ କୁଡ଼ ଅଳିଆ ମୁଖ୍ୟ ଫାଟକ ସମ୍ମୁଖରେ ପକାଇ ଅଭିନବ ପ୍ରତିବାଦ କରିଛନ୍ତି ସଫେଇ କର୍ମଚାରୀ । ସୂଚନା ଅନୁଯାୟୀ :ଉମରକୋଟ ପୌର ପରିଷଦ ରେ ନୂଆ ପୁରୁଣା ମିଶି ମୋଟ 84 ସଫେଇ କର୍ମଚାରୀ ନିୟୋଜିତ ଅଛନ୍ତି କିନ୍ତୁ ପରିଷଦରେ 106 ଜଣ ଙ୍କ ନାମରେ ଦରମା କରାଯାଉଛି ତାହାହେଲେ ବଳକା 22 କର୍ମଚାରୀ କେଉଁ ମାନେ ବୋଲି ପ୍ରଶ୍ନ କରିଛନ୍ତି ସଫେଇ କର୍ମଚାରୀ ମାନେ। ସଫେଇ କର୍ମଚାରୀ ଙ୍କ ମୂଳ ଦରମାରୁ ଇପିଏଫ୍ ବାବଦକୁ ଯେଉଁ ଅର୍ଥ କଟା ଯାଉଛି ତାହାର ବିଲ୍ କି ପ୍ରମାଣ ପତ୍ର ଦେଉନାହାନ୍ତି ଆମ ହକ ଟଙ୍କା କୁଆଡେ ଯାଉଛି ବୋଲି ପ୍ରଶ୍ନ କରିଛନ୍ତି। ମାସିକ ଦରମା ଠିକ୍ ଭାବରେ ଦିଆ ଯାଉ ନଥିବା ସଫେଇ କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି। ସଫେଇ କାର୍ଯ୍ୟ ନିମନ୍ତେ ସେଫ୍ଟି ବୁଟ୍ ଓ ଗ୍ଲୋବସ ଯୋଗାଇ ଦିଆ ଯିବା କଥା କିନ୍ତୁ ଯୋଗାଇ ଦିଆ ଯାଉନାହିଁ ବୋଲି ମଧ୍ୟ କର୍ମଚାରୀ ଅଭିଯୋଗ କରିଛନ୍ତି। ବର୍ଷର ପ୍ରଥମ ଦିନ ରୁ ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ କାର୍ଯ୍ୟଳୟ ସମ୍ମୁଖରେ ସମସ୍ତ ସଫେଇ କର୍ମଚାରୀ ଦାବି ଗୁଡିକକୁ ନେଇ ପ୍ରତିବାଦ କରିଥିଲେ କିନ୍ତୁ ସେମାନଙ୍କ ପ୍ରତିବାଦ କୁ ପୌର ପ୍ରଶାସନ ଅଥବା ପୌରାଧ୍ୟକ୍ଷା ରାଧା ଭତରା ମଧ୍ୟ କର୍ଣ୍ଣପାତ କରିନଥିଲେ। ପୌର ପରିଷଦର ଏହିଭଳି ମନମୁଖୀ କାର୍ଯ୍ୟ କୁ ବିରୋଧ କରି ପଞ୍ଚମ ଦିନରେ ସଫେଇ କର୍ମଚାରୀ ମାନେ କାର୍ଯ୍ୟାଳୟ ସମ୍ମୁଖରେ ଅଳିଆ ପକାଇ ପ୍ରତିବାଦ କରିଛନ୍ତି।ଆମ ଦାବି ଯଥାର୍ଥ ରହିଛି କିନ୍ତୁ କେହି ମଧ୍ୟ ଆମ ଦାବି କଣ ପାଇଁ ଶୁଣୁ ନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ।ସଫେଇ କର୍ମଚାରୀ ଙ୍କ ଆନ୍ଦୋଳନ ଫଳରେ ଉମରକୋଟ ପୌର ପରିଷଦ କାର୍ଯ୍ୟଳୟ ବନ୍ଦ ରହିଥିଲା!ଉମରକୋଟ ସହର ର ପରିମଳ ବ୍ୟବସ୍ଥା ନାଳ ନର୍ଦ୍ଦମା ଆବର୍ଜନା ବିପର୍ଯ୍ୟସ୍ତ ଅବସ୍ଥାରେ ପଡି ରହିଛି ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ତୁରନ୍ତ ସଫେଇ କର୍ମଚାରୀ ଙ୍କ ଦାବୀ କୁ ପୌର ପରିଷଦ ମାନି ନେବା ପାଇଁ ସହର ବାସି ଦାବୀ କରିଛନ୍ତି।ଘଟଣାକୁ ନେଇ ପୌର ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ବେନିୟା ଙ୍କୁ ପଚାରିବାରୁ ସେ କହିଛନ୍ତି ସେମାନଙ୍କ ସମସ୍ତ ଦାବି ମାନି ନିଆଯାଇଛି ଠୀକା ନେଇଥିବା ଠିକାଦାର ଙ୍କୁ ଡକାଯାଇଛି ସେ ଆସିଲେ ଯାହା ସମସ୍ୟା ରହିଛି ତାହାର ସମାଧାନ ହୋଇଯିବ ବୋଲି ସୂଚନା ଦେଇଛନ୍ତି।

Dipankar Dakua reporter

Leave a Reply

Your email address will not be published. Required fields are marked *