୩୫ବର୍ଷ ହେବ ଭଙ୍ଗା ଆଯେବେଷ୍ଟ ତଳେ ମା ତାରିଣୀ ପୂଜା ପାଉଛନ୍ତି

୩୫ବର୍ଷ ହେବ ଭଙ୍ଗା ଆଯେବେଷ୍ଟ ତଳେ ମା ତାରିଣୀ ପୂଜା ପାଉଛନ୍ତି ।ଚାରି ଛକ.୪/୧ କାକଟପୁର ମୁଖ୍ୟ ରାସ୍ତାର ଯୋଗେସରପୂରୁ ଛକ ଉପରେ ୩୫ବର୍ଷରୁ ଉର୍ଦ୍ଧ ହେବ ରାସ୍ତା କଡ଼ରେ ଏକ ଭଙ୍ଗା ଆଜେବେଷ୍ଟ ତଳେ ପରିତପ୍ତ ଅବସ୍ଥାରେ ମା ତାରିଣୀ ପୂଜା ପାଉଛନ୍ତି । ଦୀର୍ଘ ବର୍ଷ ଧରି ମା ରାସ୍ତା କଡ଼ରେ ପଡ଼ି ରହିଥିବାରୁ ବିଭିନ୍ନ ସମୟରେ ଗାଡ଼ି ଚଳାଚଳ କରିବା ଦ୍ଵାରା ମା ତାରିଣୀ ସମ୍ପୂର୍ଣ ରୂପେ ଧୂଳି ରେ ପୋତି ହୋଇ ଯାଉଛନ୍ତି । ଜାହା ଫଳରେ ମା ଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତ ମାନଙ୍କ ମନରେ ଆଘାତ ସୃଷ୍ଟି ହେଉଛି । ମାଙ୍କର ମନ୍ଦିର ନ ଥିବାରୁ ଖୋଲା ଆକାଶ ତଳେ ଦ୍ରୀଘଦିନ ହେବ ପୂଜା ପାଇ ଆସୁଛନ୍ତି । ସରକାର ତରଫରୁ 5t ମାଧ୍ୟମ ରେ ବିଭିନ୍ନ ମଠ ମନ୍ଦିର ପୂର୍ଣ୍ଣ ଉଦ୍ଧାର ପାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଯୋଗେଶର ପୂରୁ ଠାରେ ଥିବା ମା ତାରିଣୀ ଙ୍କୁ ଅଣ ଦେଖା କରାଯାଇଥିବା ନେଇ ପୂଜକ ସୌମ୍ୟରଞ୍ଜନ ପଣ୍ଡା,କାଳନ୍ଦୀ ମଲିକ,ଲାଲୁ ମିଶ୍ର,ପିଙ୍କୁ ଦାସ, କୁନା ସାହୁ ,ଦିଲୁ ମହାପାତ୍ର,ସରୋଜ ମହାପାତ୍ର, ଦିଯୁଆ ସାହୁ ,ସମେତ ବଜାର ର ବହୁ ବେବସାଇ ମାନେ ଅଭିଯୋଗ କରଛନ୍ତି।ତୁରନ୍ତ ରାଜ୍ୟ ସରକାର ତରଫରୁ ଏକ ମନ୍ଦିର ନିର୍ମାଣ କରିବା ପାଇ ଅଞ୍ଚଳ ବାସୀ ଦାବି କରିଛନ୍ତି ।