ମୁକ୍ତା ଯୋଜନାର ରାଜ୍ୟସ୍ତରୀୟ ନୋଡାଲ ଏଜେନ୍ସି ଭାବରେ ଅନୁମୋଦିତ

ରାଜ୍ୟ ସହରାଞ୍ଚଳ ଉନ୍ନ‌ୟନ ସଂସ୍ଥା (ସୁଡା) ମୁକ୍ତା ଯୋଜନାର ରାଜ୍ୟସ୍ତରୀୟ ନୋଡାଲ ଏଜେନ୍ସି ଭାବରେ ଅନୁମୋଦିତ ହୋଇ ଅଛି। ରାଜ୍ୟ ସରକାର ଏହି କାର୍ଯ୍ୟଯୋଜନାର ତୃଣମୂଳ ସ୍ତରରେ ସଫଳ କାର୍ଯ୍ୟକାରିତା ନିମନ୍ତେ ମିଶନ ଶକ୍ତି ଗୋଷ୍ଠୀସମୂହ ଏବଂ ପୌରସଂସ୍ଥା ଅଧିକାରୀମାନଙ୍କ ପାଇଁ ଚାଲିମ କାର୍ଯ୍ୟକ୍ରମର ବ୍ୟବସ୍ଥା କରିଛନ୍ତି । ଏହି ତାଲିମ କାର୍ଯ୍ୟକ୍ରମ 05.01.2024 ଠାରୁ ଆରମ୍ଭ କରାଯାଇ 06.01.2024 ସୁଦ୍ଧା ସମାପ୍ତ କରିବାକୁ ଯୋଜନା କରାଯାଇଅଛି ।ଆଜିର ଏହି ତାଲିମ କାର୍ଯ୍ୟକ୍ରମରେ 21 ଟି ମିଶନ ଶକ୍ତି ସଂଘ ରୁ 21 ସଂଖ୍ୟକ ସଦସ୍ୟା “ମାଷ୍ଟର ଟ୍ରେନର୍‌ ହିସାବରେ ଅଂଶ ଗ୍ରହଣ କରିଥିଲେ, ଯୁଗ୍ମ ଶାସନ ସଚିବ ଓ ନିର୍ଦ୍ଦେଶକ-ସୁଡା, ଗୃହ ନିର୍ମାଣ ଓ ନଗର ଉତ୍କୟନ ବିଭାଗ ଭିଡିଓ କନଫେରେନ୍ସ ମାଧ୍ଯମରେ ଯୋଗଦାନ କରି ଅଂଶଗ୍ରହଣକାରୀମାନଙ୍କୁ ତାଲିମ କାର୍ଯ୍ୟକ୍ରମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବିଷୟରେ ଅବଗତ କରିଥିଲେ ।

ସୁଡା ରୁ ଅଭିଜ୍ଞ, ଦକ୍ଷ ପ୍ରଫେସନାଲମାନେ ମାନେ ଏହି ତାଲିମ କାର୍ଯ୍ୟକ୍ରମରେ ମୁକ୍ତାର କାର୍ଯ୍ୟକାରିତା ପଦ୍ଧତି, ମୁକ୍ତା ପ୍ରକଳ୍ପ ଚିହ୍ନଟିକରଣ ପ୍ରକ୍ରିୟା,ୱାର୍କ ଅର୍ଡର ଏବଂ ତା ସହିତ ପ୍ରଦାନ କରାଯାଉଥିବା ଡକ୍ୟୁମେଣ୍ଟ, ମଷ୍ଟର ରୋଲ୍,ବ୍ୟାକ ଋଣ ପାଇଁ ଗୋଷ୍ଠୀର ଯୋଗ୍ୟତା ମାନଦଣ୍ଡ, ନିର୍ମାଣ କାର୍ଯ୍ୟର ମାପ ଏବଂ ଶ୍ରମିକ ମାନଙ୍କୁ ମଜୁରୀ ଦେୟ, ବିଲ ଏବଂ ଦେୟ,ରେକର୍ଡ ରକ୍ଷଣାବେକ୍ଷଣ ଇତ୍ୟାଦି ବିଭିନ୍ନ ବିଷୟବସ୍ତୁ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦେଶକ, ଡୁଡା, ପୁରୀ ଏବଂ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୁରୀ ମୁନିସିପାଲିଟି ଯୋଗଦାନ କରି ନିଜର ଅଭିଭାଷଣ ରଖୁଥିଲେ ।

Leave a Reply

Your email address will not be published. Required fields are marked *