୨୦୨୪ ର ଭୋଟର ତାଲିକା ପ୍ରକାଶିତ

୨୦୨୪ ର ଭୋଟର ତାଲିକା ପ୍ରକାଶିତ,୨୬୫୦୧ ନୂଆ ଭୋଟରପୁରୀ ୫/୧ ପୁରୀ ଜିଲ୍ଲାର ୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ପୂର୍ବାପେକ୍ଷା ବଢିଛନ୍ତି ୨୬୫୦୧ ଭୋଟର।ଏଥିରେ ୧୮ ରୁ ୧୯ ବର୍ଷ ବୟସର ଭୋଟରଙ୍କ ସଂଖ୍ୟା ୨୪୨୪୩ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସମର୍ଥ ବର୍ମା।ଆଜି ଅପରାହ୍ନ ରେ ସର୍କିଟ ହାଉସ ଠାରେ୨୦୨୪ ର ଭୋଟର ତାଲିକା ପ୍ରକାଶିତ ହୋଇଛି।ଏହାକୁ ପ୍ରକଶନ କରି ଜିଲ୍ଲାପାଳ ଶ୍ରୀ ବର୍ମା ଏକ ସୁଦୃଢ ଗଣତନ୍ତ୍ର ପାଇଁ ମତଦାନ ଯେତିକି ଜରୁରୀ ସୁସ୍ଥ ଓ ସଠିକ ଭୋଟର ତାଲିକା ମଧ୍ୟ ସେତିକି ଜରୁରୀ ବୋଲି କହିଥିଲେ। ସମସ୍ତ ନୂତନ ଭୋଟର ମାନଙ୍କୁ ସେ ଶୁଭେଚ୍ଛା ଜଣାଇବା ସହ ନିଶ୍ଚିତ ମତଦାନ କରିବାକୁ ଅନୁରୋଧ କରିଥିଲେ।ପୂର୍ବରୁ ଜିଲ୍ଲାର ଭୋଟର ସଂଖ୍ୟା ୧୩୬୩୭୮୧ ଥିବା ବେଳେ ନୂତନ ଭୋଟର ତାଲିକାରେ ୧୩୯୦୨୮୨ ଭୋଟର ରହିଛନ୍ତି।ଏଥିରେ ପୁରୁଷ ଭୋଟରଙ୍କ ସଂଖ୍ୟା ୭୧୫୭୩୩ ମହିଳା ଭୋଟରଙ୍କ ସଂଖ୍ୟା ୬୭୪୪୬୯ ଓ ଅନ୍ୟାନ୍ୟ ୮୦ ଜଣ ରହିଛନ୍ତି।ନୂଆ ଭୋଟର ତାଲିକାରେ ୯୯.୯୯ ଭାଗ ଭୋଟରଙ୍କ ଫଟୋ ସାମିଲ ଅଛି।କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ୨୮୦ ଟି ବୁଥରେ ୨୩୯୯୮୩, ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ର ୨୮୦ ବୁଥରେ ୨୪୪୦୪୨, ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ର ୨୩୯ ବୁଥରେ ୨୩୪୮୨୮, ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ର ୨୭୧ ବୁଥରେ ୨୨୫୯୦୮, ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ ର ୨୫୪ ବୁଥରେ ୨୧୧୬୫୬ ଓ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ର ୨୭୪ ଟି ବୁଥରେ ୨୩୩୮୬୫ ଜଣ ଭୋଟର ରହିଛନ୍ତି ବୋଲି ସେ ସୂଚନା ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ,ଉପ ଜିଲ୍ଲାପାଳ ଭବତାରଣ ସାହୁଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ଡେପୁଟି କଲେକ୍ଟର ମନୀଷା ଷଡ଼ଙ୍ଗୀ ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି,ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *