ଜଗତସିଂହପୁର ଜିଲ୍ଲାରେ ଜୟ ଜଗନ୍ନାଥ ଅର୍ପଣ ରଥ ଉଦଘାଟନ

ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଜଗତସିଂହପୁର ସଦର ବ୍ଲକ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସରକାରୀ ଦଳର ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ବ୍ଲକ ଅଧ୍ୟକ୍ଷ। କନକପ୍ରଭା ଲେଙ୍କା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ବ୍ଲକ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜୟ ଜଗନ୍ନାଥ ଅର୍ପଣ ରଥକୁ ଉଦଘାଟନ କରିଥିଲେ । ଜିଲ୍ଲାର 8ଟି ବ୍ଲକ କୁ ଏହି 8ଟି ରଥ ଯିବା ସହିତ ପ୍ରତ୍ୟେକ ପଂଚାୟତ ର ଘର ଘର ବୁଲି ଅରୁଆ ଚାଉଳ, ଗୁଆ ଓ ନଡ଼ିଆ ସଂଗ୍ରହ କରାଯିବ ବୋଲି ସୂଚନା ଦିଆଯାଇଛି । ତେବେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ପୌଷ ଶୁକ୍ଳ ସପ୍ତମୀ 17 ଜାନୁଆରୀ ରେ ଲୋକାର୍ପିତ ହେବାକୁ ଯାଉଛି । ଏଥିପାଇଁ ଏକ ଭକ୍ତି ମୟ ପରିବେଶ ସହ ସଂକୀର୍ତ୍ତନ ମଣ୍ଡଳୀ ମାନେ ଯିବା ସହିତ ଏହି ରଥ ଜିଲ୍ଲାର ପ୍ରତି ଘର ଘର ବୁଲିବା ସହିତ ଲୋକାର୍ପଣ ଉତ୍ସବରେ ଯୋଗ ଦେବାକୁ ସାଧାରଣ ଲୋକ ମାନଙ୍କୁ ନିମନ୍ତ୍ରଣ କରାଯାଇଛି ବୋଲି ଅତିଥିମାନେ କହିଛନ୍ତି ।

ଜଗତସିଂହପୁର ରୁ Rita ସାହୁ reporter

Leave a Reply

Your email address will not be published. Required fields are marked *