ଗୋରୁଙ୍କ ଜୀବନ ବଞ୍ଚାଇଦେଲା ଡ୍ରାଇଭର ଧର୍ମଘଟ

ଗୋରୁଙ୍କ ଜୀବନ ବଞ୍ଚାଇଦେଲା ଡ୍ରାଇଭର ଧର୍ମଘଟ/ସ୍ଥାନୀୟ ଲୋକ ଏବଂ ଦ୍ରାଇଭରଙ୍କ ମିଳିତ ପ୍ରୟାସରେ ଭୁବନ ବାଟ ତାରିଣୀ ଛକରୁ ଗୋରୁ ବୋଝେଇ ଗାଡ଼ି ଅଟକ କାମାକ୍ଷାନଗର କେନ୍ଦ୍ରସରକାର ଆଣିଥିବା ନୂତନ ଆଇନ ବିରୋଧରେ ଆଜି ସାରା ରାଜ୍ୟରେ ସମସ୍ତ ବର୍ଗର ଡ୍ରାଇଭର ନିଜ ନିଜ ଅଞ୍ଚଳରେ ଅନିଦିଷ୍ଟ କାଳ ପାଇଁ ଷ୍ଟେରିଂ ଛାଡ଼ ଆନ୍ଦୋଳନ କରିଛନ୍ତି ।ସେହିଭଳି ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବାଟ ତାରିଣୀ ଛକଠାରେ ମଧ୍ୟ ଏହି ଧର୍ମଘଟ ଦେଖିବାକୁ ମିଳିଛି , କିନ୍ତୁ ଏହି ଧର୍ମଘଟ ଆଗାମୀ ଦିନରେ ଡ୍ରାଇଭର ମାନଙ୍କୁ ସଫଳତା ଆଣିଦେବ ଅବା ନ ଦେବ ତାହାତ ସମୟ କହିବ, କିନ୍ତୁ ଏହି ଧର୍ମଘଟ କାରଣରୁ ଆଜି ଛଅଟି ଗୋରୁଙ୍କ ଜୀବନ ନିଶ୍ଚିନ୍ତ ରୂପରେ ରକ୍ଷା ହୋଇଯାଇଥିବା ଦେଖିବାକୁ ମିଳିଛି।ଭୁବନ ଥାନା ନିକଟ ବାଟ ତାରିଣୀ ଛକ ଜାତୀୟ ରାଜପଥ ୫୩ ରେ ଏକ ବେଆଇନ ଗୋରୁ ବୋଝେଇ ଟାଟା ଏସି ଗାଡି ଜବତ ହୋଇଛି । ଟାଟା ଏସିରେ ଛଅଟି ଗୋରୁ ଜିରାଳ ହାଟରୁ ଯାଜପୁର ଜିଲ୍ଲାକୁ ସ୍ଥାନାନ୍ତର ହେଉଥିବା ସମୟରେ କିଛି ସ୍ଥାନୀୟ ଲୋକ ଏବଂ ଧର୍ମଘଟ କରୁଥିବା ଦ୍ରାଇଭରଙ୍କ ମିଳିତ ପ୍ରୟାସ କାରଣରୁ ଧରାପଡ଼ିଥିବା ଦେଖିବାକୁ ମିଳିଛି । ଭୁବନ ଥାନା ଅନ୍ତର୍ଗତ ନିଳକଣ୍ଠପୁର ଗ୍ରାମର ଜୈନିକ ବେପାରୀ ଜିରାଳ ହାଟରୁ ଗତକାଲୀ ସଂନ୍ଧ୍ୟାରେ ଗୋରୁ କିଣି ଆଜି ସକାଳେ ଅନ୍ୟଆଡେ ଚାଲାଣ କରିବା ଅଭିମୁଖେ ବାହାରିଥିଲା । ଯେହେତୁ ଆଜି ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନ ଚାଲିଛି , ଏହି ଗାଡ଼ିଟିକୁ ଅଟକାଇବାପରେ ଜଣା ପଡିଲା ଗାଡିଟିରେ ଛଅଟି ଗୋରୁ ବୋଝେଇ ହୋଇଛନ୍ତି । ଖବର ପାଇ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋରୁ ବୋଝେଇ ଗାଡିକୁ ଜବତ କରିବା ସହିତ ଗୋରୁ ନେଇ ଯାଉଥିବା ବେପାରୀ ଓ ଗାଡି ଡ୍ରାଇଭରକୁ ଅଟକ ରଖି ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *