ଜଗତସିଂହପୁର ପୋୖର ପରିଷଦ ପକ୍ଷରୁ ଜୟ ଜଗନ୍ନାଥ ରଥ ଉଦଘାଟନ

ଜଗତସିଂହପୁର ପୋୖର ପରିଷଦ ପକ୍ଷରୁ ଆଜି ଜୟବଡ ଜଗନ୍ନାଥ ମନ୍ଦିର ନିକଟରେ ଜୟ ଜଗନ୍ନାଥ ରଥ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆମ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ର ଜୟ ଜଗନ୍ନାଥ ରଥକୁ ପୋୖରାଧକ୍ଷ୍ୟା ଅର୍ଚ୍ଚନା ସିଂ, ପୋୖର ନିର୍ବାହୀ ଅଧିକାରୀ ଆଶୋକ କୁମାର କର୍ଣ୍ଣ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି ରଥକୁ ଉଦଘାଟନ କରିଥିଲେ । ଏହି ରଥ ପୋୖରାଞ୍ଚଳର 21ଟି ୱାର୍ଡ ର ପ୍ରତି ଘରକୁ ଘର ବୁଲି ଅରୁଆ ଚାଉଳ, ଗୁଆ ଓ ନଡ଼ିଆ ସଂଗ୍ରହ କରିବ । ଏହି କାର୍ଯ୍ୟକ୍ରମ ରେ ପୋୖର ପରିଷଦ ର ସସସ୍ତ କର୍ମଚାରୀ, ମନ୍ଦିର କର୍ମକର୍ତ୍ତା, ଜଗନ୍ନାଥ ପ୍ରେମୀ, ସଂକୀର୍ତ୍ତନ ମଣ୍ଡଳୀ ମାନେ ଏହି ଭବ୍ୟ ସ୍ୱାଗତ କାର୍ଯ୍ୟକ୍ରମ ରେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଏହି କାର୍ଯ୍ୟକ୍ରମ କୁ ସ୍ୱାଗତ କରିଛନ୍ତି ।

ଜଗତସିଂହପୁର ରୁ Rita ସାହୁ

Leave a Reply

Your email address will not be published. Required fields are marked *