ବିଶିଷ୍ଟ ଶିକ୍ଷାବିତ ବଳରାମ ପାଣିଗ୍ରାହୀଙ୍କ ଏକାଦଶାହରେ ତାଙ୍କ ଲିଖିତ ପୁସ୍ତକ ଉନ୍ମୋଚିତ ହେବା ସହ ସ୍ମୃତି ଚାରଣ ହୋଇଯାଇଛି।

ବିଶିଷ୍ଟ ଶିକ୍ଷାବିତ ତଥା ସାହିତ୍ୟିକ ,ଲେଖକ ଓ ଧର୍ମ ପରାୟଣ ବ୍ୟକ୍ତି ସ୍ବର୍ଗତ ବଳରାମ ପାଣିଗ୍ରାହୀଙ୍କ ଏକଦଶାହରେ ତାଙ୍କ ପୈତୃକ ଗ୍ରାମ ସରମଙ୍ଗାରେ ଏକ ସ୍ମୃତି ଚାରଣ ସଭା ହେବା ସହ ତାଙ୍କ ସ୍ୱ ଲିଖିତ ପୁସ୍ତକ ଭାଗବତ ଏକାଦଶ ସ୍କନ୍ଦ ଉପସ୍ଥିତ ଅତିଥି ଉନ୍ମୋଚନ କଟିଥିଲେ। ଏହି ସଭାରେ ସ୍ୱର୍ଗତ ସାରଙ୍କ ଜଡିତ ଥିବା ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଯୋଗଦାନ ଦେଇ ସାରଙ୍କ ସହ ଥିବା ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ। ସାହିତ୍ୟ ସଂସଦ, ଭାଗବତ ସଂଘ, ବ୍ରହ୍ମ ସମାଜ, ଶିକ୍ଷକ ସଂଘ, ବିଭିନ ଧାର୍ମିକ ଓ କଳାକାର ସଂଘର କର୍ମକର୍ତ୍ତା ମାନେ ଯୋଗଦାନ ଦେଇଥିଲେ। ଏହି ସଭାରେ ଜଗନ୍ନାଥ ସ୍ୱାଇଁ ସଭାପତିତ୍ବ କରିଥିବା ବେଳେ ବହୁ ପୁରାତନ ବନ୍ଧୁ, ଛାତ୍ର ,କଳାକାର, ଶିକ୍ଷକ ସଂଘଠନର କର୍ମକର୍ତ୍ତା , ଡ଼ଃ.ବଳରାମ ମିଶ୍ର, ସୁରେନ୍ଦ୍ର ମଲ୍ଲିକ , ଚାରୁଲତା ମହାପାତ୍ର , ଦୁଃଶାସନ ଗାହଣ, ପଣ୍ଡିତ ସାର,ଅର୍ଜୁନ ଚରଣ ମହାନ୍ତି,ଶ୍ରୀନିବାସ ମହାପାତ୍ର,ଗଙ୍ଗାଧର ରାଉଳ, ଦୋଳଗାବିନ୍ଦ ଧଳ ,ଗୋପାଳ ମୁଖୀ, ଗୋରମୋହନ ମହାପାତ୍ର, ଦେବିଦତ୍ତା ମହାନ୍ତି, ବସନ୍ତ ମହାପାତ୍ର , ପୂର୍ଣ୍ଣଚନ୍ଦ୍ର ସାମଲ, ପତାଞ୍ଜଳି କରଶର୍ମା, ସଦାନନ୍ଦ ଦୀକ୍ଷିତ, ହୃଷିକେଶ ବିଶ୍ୱାଳ, ସନ୍ତୋଷ କୁମାର ଦାସ ଏବଂ ତାଙ୍କ ପରିବାରବର୍ଗ ଓ ଆତ୍ମୀୟସ୍ୱଜନଙ୍କ ଗହଣରେ କୋଭିଡ ନିୟମ ପାଳନ କରି ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।
ରିପୋର୍ଟ:-ପୁନିଲ କୁମାର ସାମନ୍ତ ।