ବ୍ୟାସଦେବ ସଂସ୍କୃତି ଭବନରେ ବ୍ୟାସନଗର ପ୍ରେସ ଫୋରମ ପକ୍ଷରୁ ୧୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବ୍ୟାସଦେବ ସଂସ୍କୃତି ଭବନରେ ବ୍ୟାସନଗର ପ୍ରେସ ଫୋରମ ପକ୍ଷରୁ ୧୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଇଯାଇଛି l ପ୍ରେସ ଫୋରମର ସଭାପତି ଅଭୟ ପତିଙ୍କ ସଭାପତିତ୍ୱରେ ଆୟୋଜିତ ବାର୍ଷିକ ଉତ୍ସବରେ କୋରେଇ ବିଧାୟକ ଅଶୋକ କୁମାର ବଳ ମୁଖ୍ୟଅତିଥି ଭାବେ ଯୋଗଦେଇ ଦେଶର ବିକାଶରେ ସାମ୍ବାଦିକ ଆବଶ୍ୟକତା ଉପରେ ଆଲୋଚନା କରିଥିଲେ l ଏହି ଉତ୍ସବରେ ଅନ୍ୟତମ ଅତିଥିଭାବେ ସାମ୍ବାଦିକ ଭବାନୀ ମହାପାତ୍ର, ପୂର୍ବତନ ଆଇଟିବିର ଆଇଜି ସୁଧାଂଶୁ ଶେଖର ମିଶ୍ର, ଅଭିନେତା ପିତୀରାଜ ଶତପଥି ଓ ଅଭିନେତ୍ରୀ ନୈନା ଦାସତିୱାରୀ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଅନେକ ବୃଦ୍ଧିଜୀବି, ସାମ୍ବାଦିକ ଓ ସାହିତ୍ୟିକ ଯୋଗଦେଇଥିଲେ l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ reporter