ନିର୍ବାଚନ ପୂର୍ବରୁ ସୋରଡ଼ା ବ୍ଲକ୍ ରେ କଂଗ୍ରେସ ର ଶକ୍ତି ପ୍ରଦର୍ଶନ

ନିର୍ବାଚନ ପୂର୍ବରୁ ସୋରଡ଼ା ବ୍ଲକ୍ ରେ କଂଗ୍ରେସ ର ଶକ୍ତି ପ୍ରଦର୍ଶନ ସୋରଡ଼ା ରେ କଂଗ୍ରେସ କର୍ମୀ ସମ୍ମିଳନ ଯୋଗ ଦେଲେ ରମେଶ ଜେନା ତା: ୧୦/୧/୨୪ ସୋରଡା : ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀ ହେଉଛି କଂଗ୍ରେସ ର ଏକ ପ୍ରମୁଖ ନିର୍ବାଚନ ମଣ୍ଡଳୀ । ଅତୀତରେ ସୋରଡା ନିର୍ବାଚନ ମଣ୍ଡଳୀ କଂଗ୍ରେସ ର ଦୁର୍ଗ ରୂପେ ପରିଚିତ ଥିଲା। ଏବେ କିନ୍ତୁ ଏହା ଶାସକ ଦଳର କବଜାରେ ଅଛି । ପୁଣି ଥରେ କଂଗ୍ରେସ ତାର ଅତୀତର ସ୍ଥିତି ଫେରି ପାଇବା ପାଇଁ ଅହରହ ଚେଷ୍ଟା କରି ଆସୁଛି । ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଜେନା ସୋରଡ଼ା ବ୍ଲକ ର ସଭାପତି ରୂପେ ହରିକୃଷ୍ଣ ରଥ ଙ୍କୁ ଦାଇତ୍ୱ ଦେବା ପର ଠାରୁ କଂଗ୍ରେସ ତାର ସଂଗଠନ କୁ ମଜଭୁତ କରିବାରେ ଲାଗିଛି । ଆଜି ବଡଗଡ ନିକଟସ୍ଥ ମା ଘୁଂଗୀ ଙ୍କ ଶକ୍ତି ପୀଠ ଠାରେ ସୋରଡ଼ା ନିର୍ବାଚନ ମଣ୍ଡଳୀ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା କଂଗେସ ସଭାପତି ରମେଶ ଜେନା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ୫୦୦ ରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ଯୋଗ ଦେବା ସହ କଂଗେସ ପାଇଁ ମନପ୍ରାଣ ଲଗାଇ କାମ କରିବା ପାଇଁ ସଂକଳ୍ପ ବଦ୍ଧ ହୋଇଥିଲେ ।ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଆଗାମୀ ନିର୍ବାଚନ ପାଇଁ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେବା ସହ ସବୁ ବେଳେ ସବୁ ପରିସ୍ଥିତି ରେ ସମସ୍ତଙ୍କ ସହ ଅଛନ୍ତି ବୋଲି କହିଥିଲେ । ଆଜିର ଏହି ପରିପ୍ରେକ୍ଷୀରେ ରେ କଂଗ୍ରେସ ର ବହୁ ପରୁଖା ନେତା ପ୍ରକାଶ ପାତ୍ରକିଶୋର ପଣ୍ଡା,ଦିଲ୍ଲୀପ ସୁଆର,ବୁଦ୍ଧଦେବ ମଳିକ,ସତ୍ୟ ପତ୍ର,ଅଶୋକ ମହାନ୍ତି,ସନ୍ତୋଷ ଜେନା,କୈଳାସ ପାତ୍ର,ବିନାୟକ ଗୋଡ଼,ତ୍ରିନାଥ ଗୌଡ଼,ସଞ୍ଜୟ ପ୍ରଧାନ,ରାଜା ନାୟକ ଆଦି ଯୋଗ ଦେଇଥିଲେ ।

ସୋରଡ଼ା ରୁ ନାରାୟଣ ଡାକୁଆ

Leave a Reply

Your email address will not be published. Required fields are marked *