ରାସ୍ତା ମରାମତି ଦାବି ନେଇ ବିଜେପିର ଉମରକୋଟ-ରାଇଘର ରାଜ୍ୟ ରାଜପଥ ଅବରୋଧ

ନବରଙ୍ଗପୁର ଜିଲ୍ଲାର ମୁଖ୍ୟ ବ୍ୟବସାୟୀକ କେନ୍ଦ୍ର କୁହାଯାଉଥିବା ଉମରକୋଟ ଓ ରାଇଘର ସହର କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର ମରାମତି ଦାବି ନେଇ ଆଜି ବିଜେପି ପକ୍ଷରୁ ବେହେଡା ନିକଟରେ ଉମରକୋଟ-ରାଇଘର ରାଜ୍ୟ ରାଜପଥକୁ ଅବରୋଧ କରିଛି । ଦୀର୍ଘ ଦିନ ଧରି ଉମରକୋଟ ଠାରୁ ରାଇଘର ଓ ରାଇଘର ଠାରୁ ଛତିଶଗଡ଼ କୁ ସଂଯୋଗ କରୁଥିବା କୁନ୍ଦେଇ ରାସ୍ତାର ଅବସ୍ଥା ଅତି ସୋଚନୀୟ ଥିବାରୁ ପ୍ରତି ଦିନ ଦୁର୍ଘଟଣା ଘଟି ଅନେକ ନିରୀହ ଲୋକଙ୍କ ଜୀବନ ଯାଉଥିବା ନଜିର ରହିଛି । ସେପଟେ ଭାରତ ମାଳା ପ୍ରକଳ୍ପ କାର୍ଯ୍ୟ ତୀବ୍ର ଗତିରେ ଚାଲିଥିବାବେଳେ ବହୁ ସଂଖ୍ୟାରେ ଅତି ଭାରି ଯାନ ରାଜ୍ୟ ରାଜପଥ ଓ ଗ୍ରାମାଂଚଳର ରାସ୍ତା ଦେଇ ଯାତାୟତ ଫଳରେ ରାସ୍ତା ଅବସ୍ଥା ସୋଚନୀୟ ହୋଇ ପଡିଛି । ଅନ୍ୟପଟେ ରାସ୍ତାର ମରାମତି ପାଇଁ ବହୁ ଦିନ ପୂର୍ବରୁ ଟେଣ୍ଡର ହୋଇ ସାରିଥିଲେ ମଧ୍ୟ ବିଭାଗ ପକ୍ଷରୁ ରାସ୍ତା କାମ ଆରମ୍ଭ କରାଯାଉ ନଥିବା ଅଭିଯୋଗ କରି ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ନେତୃତ୍ୱ ରେ ବିଜେପି ଆଜି ରାସ୍ତା ରୋକ୍ କରୁଥିବା ପ୍ରକାଶ କରିଛି । ରାସ୍ତା ରୋକ୍ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଗାଡି ମୋଟର ଅଟକି ରହିଥିବାବେଳେ ଆମ୍ବୁଲାନ୍ସ ଭଳି ଜରୁରୀ ସେବା ଗୁଡିକୁ ରାସ୍ତା ରୋକ୍ ରୁ ବାଦ୍ ଦିଆଯାଉଥିବା ଦେଖିବାକୁ ମିଳିଛି । ଆଗକୁ ନିର୍ବାଚନ ଥିବାରୁ ଅତି ଶିଘ୍ର ରାସ୍ତା କାମ ଆରମ୍ଭ ନ କଲେ ଆଗକୁ ଆହୁରି ବିଳମ୍ବ ହେବ ବୋଲି କହିବା ସହ ତୁରନ୍ତ ରାସ୍ତା କାମ ଆରମ୍ଭ କରିବାକୁ ଦାବି କରିଛନ୍ତି!ରାସ୍ତା ଅବରୋଧ ଦେଖି ଉମରକୋଟ pwd ର ଏସଡ଼ିଓ ଗୌରାଙ୍ଗ ମାଝୀ ଓ ଦୁଇ କନିଷ୍ଟ ଯନ୍ତ୍ରୀ ଉକ୍ତ 40ନଂ ରାଜ୍ୟ ରାଜପଥ ର ରାସ୍ତା କାମ 15ଦିନ ମଧ୍ୟରେ ଆରମ୍ଭ କରାଯିବ ବୋଲି କହିବାରୁ ରାସ୍ତା ଅବରୋଧ ରୁ ବିଜେପି ଓହରିଥିଲା