NEWS

ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ସୁଶାସନ, ନୀତି ଆଦର୍ଶ ଓ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ହୋଇ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ଆସ୍ଥା ପ୍ରକଟ କରି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଳକ ବଜ୍ରକୋଟ ପଞ୍ଚାୟତ ଉଦୟଗିରି ଓ ତାଳତଳା ଏବଂ ବଜ୍ରକୋଟ ଗ୍ରାମର 15 ରୁ ଉର୍ଦ୍ଧ ପରିବାର,

ରାମଲେଙ୍କା ପଞ୍ଚାୟତ କୁମାରପୁର ଓ ବାଲିପାଟପୁର ଗ୍ରାମର 10 ରୁ ଉର୍ଦ୍ଧ୍ୱ ପରିବାର ଓ ତିତିପ ପଞ୍ଚାୟତ ଫୁଲବାରୀ ଗ୍ରାମର 4 ରୁ ଉର୍ଦ୍ଧ ପରିବାର ଏବଂ ଅମୃତ ଚାରିଟେବୁଲ ଟ୍ରଷ୍ଟ ତଥା କୃଷ୍ଣପ୍ରସାଦ ବ୍ଲକରୁ ଶତାଧିକ ବିଜେପି କର୍ମୀ ଭାରତୀୟ ଜନତା ପାର୍ଟି ପରିତ୍ୟାଗ କରି ଆଜି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି।