ଫେକର ର ତୃତୀୟ ଫର୍ନେସ ସମ୍ପ୍ରସାରଣ ପାଇଁ ଜନ ଶୁଣାଣି ଭଦ୍ରକ ବ୍ଲକ ଅନ୍ତର୍ଗତ ରାନ୍ଦିଆ ପଞ୍ଚାୟତ ହାଇସ୍କୁଲ ପରିସର ରେ ଅନୁଷ୍ଠିତ

ଭଦ୍ରକ ବ୍ଲକ ଅନ୍ତର୍ଗତ ରାନ୍ଦିଆ ପଞ୍ଚାୟତ ହାଇସ୍କୁଲ ପରିସର ରେ ବେଦାନ୍ତ ଫେକର ପକ୍ଷରୁ ସର୍ବସାଧାରଣ ଜନ ଶୁଣାଣି ହୋଇଥିଲା ଭଦ୍ରକ ସହର ଉପକଣ୍ଠ ଆଲୟଜ ପ୍ରକଳ୍ପ ର ସମ୍ପ୍ରସାରଣ ନିମନ୍ତେ ପରିବେଶ ମଞୁରୀ ପାଇଁ ଏହି ସାଧାରଣ ବର୍ଗ ଜନଶୁଣାଣି ଚାଲିଥିଲା ଏବେ ୪୫ ଏମଭିଏ ଏବଂ ୩୩ ଏମଭିଏ ସବମର୍ଜଡ ଆର୍କ ଫର୍ନେସ କାର୍ଯ୍ୟକ୍ଷମ ଅଛି ପୁଣି ପ୍ରସ୍ତାବିତ ୭୫ ଏମଭିଏ ସବମର୍ଜଡ ଆର୍କଫନେସ ମାଧ୍ୟମ ରେ ବାଷିକ ୪ଲକ୍ଷ ୪୫ ହଜାର ଟନ ଫେରୋକ୍ରୋମ ଉତ୍ପାଦନ ସହ ନୂତନ କଞ୍ଚାମାଲ ପ୍ରବନ୍ଧନ ସୁବିଧା ଏବଂ ବାଷିକ ୭ଟନ ପେଲେଟ ଏବଂ ସିଞ୍ଚନ ପ୍ରକଳ୍ପ ସ୍ଥାପନ ନିମନ୍ତେ ଆବଶ୍ୟକ ପରିବେଶ ମଞୁରୀ ପାଇଁ ଜନଶୁଣାଣି କରାଯାଇଥିଲା ,ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବାଲେଶ୍ବର ଆଞ୍ଚଳିକ ପରିବହନ ଅଧିକାରୀ ମନମୋହନ ମୁର୍ମୁ ପରିଚାଳନା ରେ ଏହି ଶିବିର ଆୟୋଜିତ ହୋଇଥିଲା ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି ଓ ଉପଜିଲ୍ଲାପାଳ ମନୋଜ ପାତ୍ର ଅଧିକାରୀ ଭାବେ ଯୋଗ ଦେଇଥିଲେ ଜନସାଧାରଣ କଣ କହୁଛନ୍ତି ଶୁଣନ୍ତୁ

Leave a Reply

Your email address will not be published. Required fields are marked *