ଦାରିଙ୍ଗବାଡି ରେ ଶୀତ ମହୋତ୍ସବ ଶୁଭାରମ୍ଭ

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଠାରେ ଶୀତ ମହୋତ୍ସବ ପାଇଁ ପରିଚିତ। ତେଣୁ ଏଠାକୁ ଅଧିକ ପର୍ଯ୍ୟଟକ ର୍ଯ୍ୟଟକ ଆସିବା ଲାଗି । ପ୍ରତିବର୍ଷ ଶୀତ ମହୋତ୍ସବ ପାଳନ ନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଦାରିଙ୍ଗବାଡି ରିଙ୍ଗବାତିରେ ଶୀତ ମହୋତ୍ସବ -୨୦୨୪ ଶୁଭାରମ୍ଭ ହୋଇଯାଇଛି। ଶୀତ ମହୋତ୍ସବ ପାଳନ କମିଟିର ସଭାପତି ତଥା ବିଧାନସଭାର ଉପବାଚସ୍ପତି ସାଲୁଗା ପ୍ରଧାନଙ୍କ ଅଧ୍ୟକ୍ଷତାରେ ରାଜ୍ୟର ହସ୍ତତନ୍ତ, ବସ୍ତ୍ର ଓ ହସ୍ତଶିଳ୍ପ ବିଭାଗୀୟ ମନ୍ତ୍ରୀ ରୀତା ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ଓଡିଶା ସ୍ତ୍ର ବିହନ ନିଗମର ଅଧ୍ୟକ୍ଷ ବିଜୟ କୁମାର ନାୟକ, ଜି. ଉଦୟଗିରି = ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ କ୍ଳେଶ ପ୍ରଧାନ, ରାଜ୍ୟ କାଜୁ । ନିଗମର ଅଧ୍ୟକ୍ଷ ସୁବାସ ମହାରଣା, ସ୍ବତନ୍ତ୍ର ଉନ୍ନୟନ ପରିଷଦପ୍ରମୁଖ କନ୍ଧମାଳ ର ଅଧ୍ଯକ୍ଷ ରୋଦନ ମଲିକ, ସୁବାସ ମହାରଣା, ବ୍ଲକ ଅଧ୍ଯକ୍ଷ ସୁଶାନ୍ତ ଶାନ୍ତ କୁମାର କୁମାର ପ୍ରଧାନ, ତହସିଲଦାର ଶରତ ଶବର ପ୍ରମୁଖ ମଞ୍ଚାସିନ ଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଦାରିଙ୍ଗବାଡି କଳିଙ୍ଗ କଳା ବିକାଶ ପକ୍ଷରୁ ବିଶ୍ବରୂପ ଦର୍ଶନ ଗୀତିନାଟ୍ୟ ଦର୍ଶକଙ୍କୁ ବାନ୍ଧି ରଖୁଥୁଲା ସେହିପରି ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀଙ୍କ ଦ୍ବାରା ମେଲୋଡି ପରିବେଷଣ ହୋଇଥିଲା। ଦର୍ଶକ ତାଙ୍କର ର ପ୍ରତ୍ଯକଟି ଗୀତରେ ନାଚିଥିଲେ, ଝୁମିଥିଲେ ସେହିପରି ଅପେରା କଳାକାର ମାନସ ପଣ୍ଡା ଦ୍ବାରା ବିଭିନ୍ନ କାର୍ଯ୍ୟକ୍ରମ ତଥା ଅପେରା ଡାଇଲଗ ସଙ୍ଗୀତ ପରିବେଷଣ ଦର୍ଶକଙ୍କୁ ମନ ମୋହିଥିଲା। ସେହିପରି ହୃଷିକେଶ ପାଣିଗ୍ରାହୀ ଏବଂ ସୁଦୀପ୍ତ ପାଣିଗ୍ରାହୀଙ୍କ ଦ୍ବାରା ମଞ୍ଚରେ ବିଭିନ୍ନ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା।