ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

-ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ନୂଆ ଭୋଟର ମାନଙ୍କୁ ସଚେତନ କରାଇବା ଓ ଭିଭି ପାଟ ଉପରେ ନୂତନ ଭୋଟର ମାନଙ୍କୁ ଅବଗତ କରାଇବା ପାଇଁ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେଉଛି ସ୍ୱତନ୍ତ୍ର ଡ୍ରାଇଭ । ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ପାରୁଲ ପଟୱାରୀଙ୍କ ଅଧ୍ୟକ୍ଷତାରେ ସଦଭାବନା ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ କିଭଳି ଭାବରେ ଭୋଟରମାନେ ଇଭିଏମ ଓ ଭିଭି ପାଟ ଉପରେ ସଚେତନ ହୋଇପାରିବେ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଗତସିଂହପୁର ଜିଲ୍ଳାରେ ରହିଥିବା ୮୫୪ ବୁଥ ପଏଣ୍ଟରେ ଡେମୋନେଷ୍ଟ୍ରେସନ କରାଯିବ ।ଆଗାମୀ ନିର୍ବାଚନରେ କିଭଳି ଜଗତସିଂହପୁର ଜିଲ୍ଲାରେ ଶତ ପ୍ରତିଶତ ମତଦାନ ହୋଇପାରିବ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଥିଲେ ।
ଜଗତସିଂହପୁର ରୁ Rita ସାହୁ