ରାସ୍ତା ନିର୍ମାଣ ଦାବିରେ ଯୁବଗୋଷ୍ଠୀଙ୍କ ରାସ୍ତାରୋକ

ଭଣ୍ଡାରୀପୋଖରୀ: ୪/୮: ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକର ଭଣ୍ଡାରିପୋଖରୀ_ମଣିନାଥପୁର ପୂର୍ତ୍ତ ବିଭାଗ ରାସ୍ତାର ମରଣଯନ୍ତା ପାଲଟିଥିବା ଷୋଳମପୁର ପଞ୍ଚାୟତର ଖପୁରିଆପଦା ବାଙ୍କ ରାସ୍ତା ନିର୍ମାଣ ଦାବିରେ ସ୍ଥାନୀୟ ଯୁବ ଗୋଷ୍ଠୀ ଟାୟାର ଜାଳି ରାସ୍ତାରୋକ କରିବା ସହିତ ଆନ୍ଦୋଳନ କରିଛନ୍ତି। ଆର ଏଣ୍ଡ ବି ବିଭାଗ ଅଧିନରେ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ସ୍ଥାନୀୟ ଜୈନିକ ବ୍ୟକ୍ତିଙ୍କ ନିଜସ୍ଵ ଗଛ ଓ ଜମି ଉକ୍ତ ରାସ୍ତା ସହିତ ସଂଲଗ୍ନ ହୋଇଥିବାରୁ ଏହାର ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ରଖାଯାଇଛି ଏବଂ ଏହାକୁ ନେଇ ବିଭାଗୀୟ ଉଦାସୀନତା ମଧ୍ୟ ଦେଖା ଦେଇଛି।ଏପଟେ ଏହି ମରଣଯନ୍ତା ପାଲଟି ଥିବା ରାସ୍ତା ଦେଇ ହଜାର ହଜାର ଲୋକ ଭଣ୍ଡାରୀପୋଖରୀ ରୁ ଯାଜପୁରକୁ ଯାଉଥିବା ବେଳେ ପ୍ରତିଦିନ ୩ ରୁ ୪ ମର୍ମଦୁନ୍ତ୍ ସଡକ ଦୁର୍ଘଟଣା ଘଟୁଥିବାରୁ ଦେଖିବାକୁ ମିଳିଥାଏ। ଏତେ ପରେ ବି କୌଣସି ସ୍ଥାନୀୟ ପ୍ରଶାସନ,ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଅଧିକାରୀ ସେଠାରେ ପହଞ୍ଚି ନାହାନ୍ତି ଯଦି ଏହାର ସମାଧାନ ତୁରନ୍ତ ନ କରିବେ ତେବେ ଆଗାମୀ ଦିନରେ ଆମରଣ ଅନଶନରେ ବସିବାକୁ ସ୍ଥାନୀୟ ଖପୁରିଅ।ପଦା ଯୁବ ଗୋଷ୍ଠୀ ଚେତାବନୀ ଦେଇଛନ୍ତି।ତେବେ ଦେଖିବାକୁ ବାକି ରହିଲା କେବେ ଏହାର ସମାଧାନ ହେଉଛି।
ରିପୋର୍ଟ- ପୁଣିଲ କୁମାର ସାମନ୍ତ।