ମିଠା ବ୍ୟବସାୟୀଙ୍କ ଅନଲାଇନ ପେମେଣ୍ଟକୁ ବାରଣ. ଜିଏସଟି ଫାଙ୍କିବାର ଉଦେଶ୍ୟ କି?

ମିଠା ବ୍ୟବସାୟୀଙ୍କ ଅନଲାଇନ ପେମେଣ୍ଟକୁ ବାରଣ. ଜିଏସଟି ଫାଙ୍କିବାର ଉଦେଶ୍ୟ କି?ସରକାରଙ୍କ ନାରା କ୍ୟାସଲେସ ଟ୍ରାଞ୍ଜକ୍ସନ. ସେଥିପାଇଁ ପାଇଁ ସମସ୍ତ ଙ୍କର ପ୍ରଥମ ପସନ୍ଦ ହେଉଛି ଫୋନ ପେ. ଗୁଗୁଲ ପେ. ପେଣ୍ଟିଏମ ଏବଂ ଅନ୍ୟାନ୍ୟ ଅନଲାଇନ ପେମେଣ୍ଟ ସବୁ.ଏହି ଅନଲାଇନ ପେମେଣ୍ଟ ମଧ୍ୟ ସୁରକ୍ଷିତ. ଆଜିକାଲି ଅନଲାଇନ ଯୁଗରେ ଲୋକେ ପାଖରେ ଟଙ୍କା ନ ନେଇ ଫୋନ ନେଇଗଲେ ନିଜର ଆବଶ୍ୟକୀୟ ସମସ୍ତ ସାମଗ୍ରୀ କିଣି ଆଣି ପାରୁଛନ୍ତି. ପାଖରେ ଟଙ୍କା ନେଇ ଗଲେ ଚୋରି ହେବାର ଭୟ ମଧ୍ୟ ଥାଏ. ସେଥିପାଇଁ ପାଖରେ ଫୋନ ଥିଲେ ସବୁ ଜିନିଷ ନିଜ ହାତ ପାହାନ୍ତାରେ. ଯେଉଁଠି ଦେଖିବେ ସେଠି ନିହାତି ଭାବରେ ଫୋନ ପେ. ଗୁଗୁଲ ପେ. ପେଣ୍ଟିଏମ ର ସ୍କାନର. ଏପରିକି ଗୁପଚୁପ ବାଲା ଟିଏ ମଧ୍ୟ ସ୍କାନର ଟିଏ ମାରି ଥିବାର ଦେଖିବେ. ତେବେ ନିମାପଡାର ଆର୍ତ୍ତବନ୍ଧୁ ସାହୁ ଝିଲ୍ଲୀ ଦୋକାନ. ଝିଲ୍ଲୀର ପ୍ରତିଷ୍ଠାତା ଆର୍ତ୍ତବନ୍ଧୁ ସାହୁ କହିଲେ ଅତ୍ୟୁକ୍ତି ହେବ ନାହିଁ. ଏହାଛଡ଼ା ନିମାପଡା ଝିଲ୍ଲୀକୁ ମଧ୍ୟ ଜି. ଆଇ ଟ୍ୟାଗର ମାନ୍ୟତା ଦେବାକୁ ଦାବୀ ଜୋର ଧରିଛି. ନିମାପଡାରେ ଝିଲ୍ଲୀ ଦୋକାନ କହିଲେ ଆର୍ତ୍ତବନ୍ଧୁ ସାହୁଙ୍କ ଝିଲ୍ଲୀ ଦୋକାନକୁ ବୁଝାଏ. କୋଣାର୍କକୁ ପର୍ଯ୍ୟଟକ ମାନେ ବୁଲିବାକୁ ଆସିଲେ ଏଠାରୁ ଝିଲ୍ଲୀ ନେଇ ଯାଇଥାନ୍ତି. ତେବେ ଏତେ ବଡ଼ ମିଠା ଦୋକାନରେ ଅନଲାଇନ ପେମେଣ୍ଟ ହେଉନି. ଓନଲି କ୍ୟାସ ଦିଅନ୍ତୁ . ନିଜର ଦୋକାନରେ ସାର ମ୍ୟାଡ଼ାମ ଓନଲି କ୍ୟାସ ଦିଅନ୍ତୁ ବୋଲି ଗ୍ରାହକକୁ ସୂଚନା ଦେବା ପାଇଁ କାନ୍ଥରେ ପୋଷ୍ଟର ମାରିଛନ୍ତି. ତେବେ ଏହି ବ୍ୟବସ୍ଥା ଯୋଗୁଁ ଗ୍ରାହକ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି. ଯଦି ଜଣେ.ଛୋଟିଆ ଗୁପଚୁପ ବାଲା ଫୋନ ପେ ରଖିପାରୁଛି ତେବେ ଏତେ ବଡ଼ ଦୋକାନୀ ଅନଲାଇନ ପେମେଣ୍ଟକୁ ବାରଣ କରିବାର କାରଣ କଣ. ଜିଏସଟି ଫାଙ୍କିବାର ଉଦେଶ୍ୟ କି? ଏହି ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି