ବନ୍ଧନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ତରଫରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

ଭଦ୍ରକ,୪/୮: ଭଦ୍ରକ ଏରେଇଁ ପଞ୍ଚାୟତର ଆଦିବାସୀ ସାହି ସ୍ଥିତ ଅଙ୍ଗନୱାଡି କେନ୍ଦ୍ରରେ ବନ୍ଧନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ତରଫରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ସଭାପତି ଜ୍ୟୋତିପ୍ରଭା ଜେନା, ସ୍ୱାସ୍ଥ୍ୟକର୍ମୀ ଅନିତା ମହାନ୍ତି, ରଂଜିତା ପାତ୍ର, ଅଙ୍ଗନୱାଡି କର୍ମୀ ସଂଜୁଲତା ବିଶ୍ୱାଳ, ଆଶାକର୍ମୀ ଦୁଲାରୀ ବିନ୍ଧାଣୀ ଓ ସଂଜୁଲତା ପଢିଆରୀ, ବନ୍ଧନ ସ୍ୱାସ୍ଥ୍ୟ ସହାୟିକା ନୀନା ବିଦାନ୍ତୁ ପ୍ରମୁଖ ଯୋଗ ଦେଇ ସଭାରେ ଯୋଗ ଦେଇଥିବା ଗର୍ଭବତୀ ମହିଳା, ପ୍ରସୂତୀ ମାଆମାନେ କିପରି ନିଜର ପିଲାକୁ ସ୍ତନ୍ୟପାନ କରାଇବେ ତାହାର ପ୍ରଣାଳୀ ବତାଇଥିଲେ । ଏହା ସହିତ ଛୋଟ ପିଲାଙ୍କ ଯତ୍ନ କିପରି ନିଆଯିବ ସେ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ । ଶିଶୁ ଜନ୍ମ ହେବାର ଅଧ ଘଣ୍ଟାଏ ମଧ୍ୟରେ ପିଲାଙ୍କୁ ସ୍ତନ୍ୟପାନ କରାଇବା, କଷ କ୍ଷୀରକୁ ଛୁଆଙ୍କୁ ପିଆଇବା, ପିଲା ୬ ମାସ ନହେବା ପର୍ଯ୍ୟନ୍ତ କେବଳ ମା’ କ୍ଷୀର ବ୍ୟତୀତ ଅନ୍ୟ କୌଣସି ଖାଦ୍ୟ ନ ଖୁଆଇବା, ନିୟମିତ ଅନ୍ତରରେ ପିଲାଙ୍କୁ କ୍ଷୀର ନିଶ୍ଚିତ ଦେବା, ପିଲାଙ୍କୁ କ୍ଷୀର ଖୁଆଇବା ସମୟରେ ଗୋଟିଜ୍ଝଏ ସ୍ତନରୁ କ୍ଷୀର ଶେଷ ନ ହେବା ପର୍ଯ୍ୟନ୍ତ ଆଉ ଗୋଟିଏ ସ୍ତନରୁ କ୍ଷୀର ନଦେବା, କର୍ମଜୀବୀ ମହିଳାମାନେ ସ୍ତନରୁ କ୍ଷର ବାହାର କରି ସୂର୍ଯ୍ୟ କିରଣ ପଡୁ ନଥିବା ସ୍ଥାନରେ ରଖି ୮ ଘଣ୍ଟା ପର୍ଯ୍ୟନ୍ତ ପିଲାଙ୍କୁ ଖୁଆଇ ପାରିବା ଭଳି ବିଭିନ୍ନ ଉପାଦେୟ ବାର୍ତ୍ତା ମାଧ୍ୟମରେ ସଚେତନ କରାଇଥିଲେ । ମହିଳାମାନେ ସ୍ତନ୍ୟପାନ କ୍ଷେତ୍ରରେ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିବା ବେଳେ ସ୍ୱାସ୍ଥ୍ୟକର୍ମୀମାନେ ତାହାକୁ ସରଳ ଭାବେ ବୁଝାଇଥିଲେ ।

Leave a Reply

Your email address will not be published. Required fields are marked *