ଏକଦଶାହ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଓଡିଶା ଇଣ୍ଟର ନ୍ୟାସନାଲ ସେଣ୍ଟର(ଓଆଇସି) ଭୁବନେଶ୍ୱରର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ ପରେଶ ନାୟକଙ୍କ ଏକାଦଶାହ ଉପଲକ୍ଷେ ଆଜି ବିନ୍ଦୁ ସାଗର ବ୍ରହ୍ମାଘାଟଠାରେ ସାମୂହିକ ତିଳ ତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନ୍ୟ କାର୍ଯ୍ୟକ୍ରମ ଭିତରେ ତାଙ୍କର ନେପାଳ ଯାଇ ପଶୁପତି ନାଥ ମନ୍ଦିର ଭିତରେ ଥିବା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିବାରେ ତାଙ୍କର ବିଶେଷ ଅବଦାନ ଥିଲା। ସେହିପରି ଭୁବନେଶ୍ୱର ନୂଆଗାଁ ଶ୍ରୀହରି ମଣ୍ଡପରେ ୯ହଜାର ଶହେ ଶାଳଗ୍ରାମ ନେପାଳରୁ ଆଣି ସେଠାରେ ପ୍ରତିଷ୍ଠା କରିଥିଲେ। ଅନ୍ୟ କାର୍ଯ୍ୟକ୍ରମ ଭିତରେ ଫନି ସମୟରେ ପୁରୀ ଜିଲ୍ଲାରେ ଭାଙ୍ଗି ଯାଇଥିବା ନଡ଼ିଆ ଗଛ ଲାଗି ୧ ଲକ୍ଷ୍ ନଡ଼ିଆ ଗଛ ଚାରା ରୋପଣ ଲାଗି ସେ ଶ୍ରୀଫଳ ଅଭିଯାନ ଆରମ୍ଭ କରିଥିଲେ। ଏଥିସହ ସେ ବହୁ ସାମାଜିକ ଓ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲେ। ଏହି ତିଳ ତର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଂଚାୟତ ରାଜ ରାଜ୍ୟ ସଂଯୋଜକ ଶଙ୍କର ପରିଡା ଯୋଗ ଦେଇଥିଲେ। ଓଆଇସିର ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ମଧ୍ୟରେ ଭାବଗ୍ରାହୀ ଶାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉଦୟ କୁମାର ଶାନ୍ତି, ନୀଳକଣ୍ଠ ମହାରଣା, କୁମୁଦିନୀ ପଣ୍ଡା, କିଶୋର ଭାଇ, ଶରତ ପରିଡା, ରଂଜିତ ପଟ୍ଟନାୟକ, ସୁମନ ଦାଶ, ଇନ୍ଦିରା ମିଶ୍ର,ସୁମି ଅପା, ବାସନ୍ତୀ ତ୍ରିପାଠୀ, କ୍ଷୀରୋଦ ଭାଇ,ବୂଟୁ ଭାଇ ଓ ଅନ୍ୟାନ୍ୟ ସମସ୍ତ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପୁରୀର ଲୁଲୁ ଭାଇ, ରାକେଶ ଭାଇ,ଏଲି ପ୍ରମୁଖ ଯୋଗ ଦେଇ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ।

ରିପୋର୍ଟ- ଶରତ କୁମାର ପରିଡା।

Leave a Reply

Your email address will not be published. Required fields are marked *