ବୃକ୍ଷ ରୋପଣ

କାମାକ୍ଷାନଗର ମହୋତ୍ସବର ଆଜି ଚତୁର୍ଥଦିନରେ ବୃକ୍ଷରୋପଣ କରି ସଚେତନତା କରାଯାଇଛି।ସ୍ଥାନିୟ ହନୁମାନ ବଜାର ଠାରୁ ଏକ ରାଲି ବାହାରି ସହର ପରିକ୍ରମା କରି କାନପୂରା ସ୍ଥିତ ଗ୍ରାମିଣ ପାର୍କ ଠାରେ ପହଞ୍ଚିଥିଲା।ସେଠାରେ ବଉଳ,ଲିମ୍ବ,ଆମ୍ବ,ପଣସ ସମେତ ବିଭିନ୍ନ ଔାଷଧିୟ ଗଛ ପ୍ରଭୃତି ଲଗାଇବା ସହ ସମାଜକୁ ଏକ ବାର୍ତ୍ତା ପ୍ରେରଣ କରିଥିଲେ।ପ୍ରତ୍ୟେକ ବ୍ୟକ୍ତି ୧୦ଟି ଲେଖାଏଁ ଗଛ ଲଗାଇବାକୁ ସମସ୍ତଙ୍କୁ ଆହ୍ବାନ କରାଯାଇଥିଲା।ଯାହା ଫଳରେ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇପାରିବ। ଏହି ସଚେତନତା ରାଲିରେ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ,ଉପଖଣ୍ଡ ଆରଖି ଅଧିକ୍ଷକ ପ୍ରଭାତ କୁମାର ତ୍ରିପାଠି,ବ୍ଲକ ଅଧକ୍ଷ ପ୍ରେମାନନ୍ଦ ସାହୁ,ବିଡିଓ ଅବିନାଶ ପାଣ୍ଡିଆ,ଙ୍କ ସହକାରି ଜିଲ୍ଲାପାଳ ଓ ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେଇଥିଲେ।