ଜିଲ୍ଲା ସଂସ୍କୃତି ଭବନ ଠାରେ କବିତା ପାଠୋତ୍ସବ ଅନୁଷ୍ଠିତ

75 ତମ ସାଧାରଣ ତନ୍ତ୍ର ଦିବସ ପାଳନ ଅବସରରେ ପୁରୀ ସାହିତ୍ୟୋତ୍ସବ ସମିତି ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି ଭବନ ଠାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସୂଚନା ଲୋକସମ୍ପର୍କ କାର୍ଯ୍ୟାଳୟ ବିଭାଗ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ କବିତାପାଠୋତ୍ସବ ଶିକ୍ଷାବିତ ଶିବସୁନ୍ଦର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା l

କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠି ଉପସ୍ଥିତ ଥିଲେ l ଆୟୋଜିତ କବିତାପାଠୋତ୍ସବରେ ଯଥାକ୍ରମେ ତୃପ୍ତି ପଣ୍ଡା, ଡକ୍ଟର ସସ୍ମିତା ମିଶ୍ର, ଅଧ୍ୟାପକ ସହଦେଵ ସାହୁ, ଅଶୋକ କୁମାର ମିଶ୍ର, ଡାକ୍ତର ରାମ ମିଶ୍ର, ସୁରେଶ କୁମାର ପଟ୍ଟନାୟକ, ଅନ୍ନପୂର୍ଣ୍ଣା ଦେବୀ, ପ୍ରତିମା ମିଶ୍ର, ସଦାଶିବ ମିଶ୍ର, ବିଜୟ ଲକ୍ଷ୍ମୀ ଦାଶ, କ୍ରିଷ୍ଣା ମହାପାତ୍ର, ସୁଚରିତା ପ୍ରତିହାରୀ, ପ୍ରଭାତ ଚନ୍ଦ୍ର ରଥ ଯୋଗେଶ୍ୱର ପ୍ରହରାଜ, ରାଧାକୃଷ୍ଣ ପ୍ରଧାନୀ, ପ୍ରମିଲ କୁମାର ନନ୍ଦ, ଆଶାଲତା ପ୍ରଧାନ, ମୀରା ମହାନ୍ତିଙ୍କ ସମେତ ବହୁ କବି ଓ କବୟିତ୍ରୀ ମାନେ ସ୍ୱରଚିତ ଦେଶାତ୍ମୋବୋଧ କବିତା ପାଠ କରିଥିଲେ l