“ନୂଆ -ଓ”, ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦଯାପିତ

ରାୟଗଡା ଅମଲାଭଟା ସ୍ଥିତ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ, ରାୟଗଡ଼ାରେ “ନୂଆ-ଓ”, ଓଡ଼ିଆ ସାହିତ୍ୟ ପ୍ରତିଯୋଗିତାର ପୁରସ୍କାର ବିତରଣ ଓ ଉଦଯାପନ ଉତ୍ସବ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିପ୍ର ନାରାୟଣ ମଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା ରାୟଗଡ଼ା ଜିଲ୍ଲାର ଜିଲ୍ଲା ସଂଯୋଜକ ପି. ଗଉରି ଶଂକର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷାର ଇତିହାସ ଏବଂ ମହାବିଦ୍ୟାଳୟରେ ଗୁରୁଭକ୍ତି, ଗୁରୁଙ୍କ ଆଦର୍ଶ ଓ ଛାତ୍ର ଛାତ୍ରୀମାନଙ୍କର କର୍ତ୍ତବ୍ୟ ପରାୟଣାତା ସମ୍ବନ୍ଧରେ ଆଲୋକପାତ କରିଥିଲେ। ଶ୍ରୀମାନ ରାଜେଶ୍ ପୃଷ୍ଟି, ବିବେକାନନ୍ଦ କେନ୍ଦ୍ର, କନ୍ୟା କୁମାରୀ, ଗୁଣପୁର ନଗର ଯୁବା ପ୍ରମୁଖ, ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିବେକାନନ୍ଦଙ୍କର ବାଣୀ ଏବଂ ଅତୀତ ଭାରତର ଛାତ୍ର ଜୀବନ, ଭାରତର ସାହିତ୍ୟ, ସଂସ୍କୃତି, ଦର୍ଶନ ସଂପର୍କରେ ଆଲୋକପାତ କରିଥିଲେ। ଶ୍ରୀଯୁକ୍ତ ହୃଷିକେଶ ଜାଲି, ଅଧ୍ୟକ୍ଷ, ମୁନିଗୁଡା ସ୍ନାତକ ମହାବିଦ୍ୟାଳୟ, ମୁନିଗୁଡା, ରାୟଗଡ଼ା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆଦର୍ଶ ଛାତ୍ର ଜୀବନ ପାଇଁ ବିବିଧ ପନ୍ଥା ସମ୍ବନ୍ଧରେ ଆଲୋଚନା କରିବାସହ ବିଭିନ୍ନ ମହାପୁରୁଷଙ୍କ ଜୀବନୀ ସଂକ୍ଷେପରେ ମଧ୍ୟ ବର୍ଣ୍ଣନା କରିଥିଲେ। କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରଥମ ପୁରସ୍କାର ଭାବେ ରାଶି ୪୦୦୦/- ଦ୍ବିତୀୟ ପୁରସ୍କାର ଭାବେ ରାଶି ୩୦୦୦/- ତୃତୀୟ ପୁରସ୍କାର ଭାବେ ରାଶି ୨୦୦୦/- ସହ ସିଲ୍ ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଛାତ୍ର ଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ ରଂଗାରଂଗ କାର୍ଯ୍ୟକ୍ରମର ଅନୁଷ୍ଠିତ ହୋଇଥିଲା। ଏହିସବୁ କାର୍ଯ୍ୟକ୍ରମ କୁ ନୋଡାଲ ଅଫିସର ଡ. କୈଳାସ ମଳିକ ଏବଂ ଅନ୍ୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା ସୂଚାରୁରୂପେ ପରିଚାଳନା କରିଥିଲେ। ଓଡ଼ିଆ ବିଭାଗର ଅଧ୍ୟାପିକା ପ୍ରିୟଙ୍କା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ରାୟଗଡା

Leave a Reply

Your email address will not be published. Required fields are marked *