ପୂର୍ତ୍ତ ବିଭାଗ ତରଫରୁ କାମାକ୍ଷାନଗର ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ ସାଙ୍ଗକୁ ଭିତିପ୍ରସ୍ତର ସ୍ଥାପନ

ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ପୂର୍ତ୍ତ ବିଭାଗ ତରଫରୁ ବିଭିନ୍ନ ପ୍ରକଳ୍ପ ଉଦଘାଟନ ସାଙ୍ଗକୁ ଭିତିପ୍ରସ୍ତର ସ୍ଥାପନ କରାଯାଇଛି ।ମୁଖ୍ୟ ଅତିଥି ଭାବରେ ରାଜ୍ୟ ଖଣି ଇସ୍ପାତ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଉପସ୍ଥିତ ରହି ଏହି ସବୁ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।ପ୍ରଥମର ଇଲେକ୍ଟ୍ରି ଅଫିସ ଛକ (ପୁରୁଣା ଜାତୀୟ ରାଜ ପଥ) ଠାରୁ କଳ୍ପନା ଛକ – ଗୁଣ୍ଡିଚାନାଳି, ପୂର୍ତ୍ତ ବିଭାଗ ରାସ୍ତାପର୍ଯ୍ୟନ୍ତ ପ୍ରଶସ୍ତିକରଣ ଏବଂ ଉନ୍ନତିକରଣର ଭିତ୍ତିପ୍ରସ୍ତର ସ୍ଥାପନ ୨) କାମାକ୍ଷାନଗର ଠାରେ ନିର୍ମିତ ନୂତନ ମିଶନଶକ୍ତି ଭବନର ଶୁଭ ଉଦ୍‌ଘାଟନ ୩) କାମାକ୍ଷାନଗର ରାଜସ୍ଵ ଡାକବଙ୍ଗଳାଠାରେ ନିର୍ମିତ ନୂତନ ଅତିରିକ୍ତ କକ୍ଷ ର ଶୁଭ ଉଦ୍‌ଘାଟନ ୪) ଢେଙ୍କାନାଳ-କାମାକ୍ଷାନଗର ରାସ୍ତାର ପଥପ୍ରାନ୍ତ ସୁବିଧାକେନ୍ଦ୍ର ଠାରେ ନିର୍ମିତ ନୂତନ ଯାତ୍ରୀ ବିଶ୍ରାମଗାର ଉଦଘାଟନ କରିଥିଲେ ।ଏଠାରେ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ,ଏନଏସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା,ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ,ପୂର୍ତ୍ତ ବିଭାଗ ଯନ୍ତ୍ରୀ ଜୟନ୍ତ କୁମାର ନାୟକ,ବିଜୟ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *