ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ହରିହର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ଭର୍ଚୁଆଲ ମୋଡ଼ ବୈଠକଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ଭର୍ଚୁଆଲ ମୋଡ଼ ବୈଠକ ଫେବୃଆରୀ ମାସ ପଚିଶି ତାରିଖ ରାତ୍ର ଆଠ ଘଟିକା ସମୟର ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ହରିହର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଉପସଭାପତି କୃଷିଦା ବେଗମ୍,ଦୁଖବନ୍ଧୁ ସାହୁ,ରାଧାଶ୍ଯାମ ପଣ୍ଡା, ସାଧାରଣ ସମ୍ପାଦକ ଈଶ୍ୱର ଚନ୍ଦ୍ର ନାୟକ, ପ୍ରବକ୍ତା ମୁରଲୀଧର ପରିଡ଼ା, କୋଷାଧ୍ୟକ୍ଷ ଡଃ ଗଙ୍ଗୋତ୍ରୀ ଦେବୀ, ଡଃ ପ୍ରଦୀପ କୁମାର ମିଶ୍ର, ସମ୍ପାଦକ ମନୋଜ ମଞ୍ଜରୀ ଲେଙ୍କା,କୋରକମିଟି ସଦସ୍ୟା ଜ୍ଯୋର୍ତିମୟୀ ନାଥ, ବିବାସିନୀ ମିଶ୍ର, ବୈଲୋଚନ ସାହୁ, ନବକିଶୋର ମଲ୍ଲିକ ଉପସ୍ଥିତ ହୋଇ ନିଜ ନିଜର ମତ ରଖିଥିଲେ। ଓଡ଼ିଶାର ଜନପ୍ରିୟ ସରକାରଙ୍କ ନିକଟରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ତରଫରୁ ସଭାପତି ଶ୍ରୀ ସାହୁ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପରିବାର ବର୍ଗଙ୍କୁ ଦଶ ଲକ୍ଷ ଟଙ୍କାର ବିଜୁ ସ୍ବାସ୍ଥ୍ୟ ବୀମା ପ୍ରଦାନ, ଶିକ୍ଷା ବିଭାଗ ରେ ବିଭିନ୍ନ କାର୍ଯ୍ୟକ୍ରମ ରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରାଧାନ୍ୟ, ଓଡ଼ିଶା ଭବନରେ ଓ ରାଜ୍ୟ ଅତିଥି ଭବନ ରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ରହଣି ସୁବିଧା, ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ସରକାରୀ ସେବା ଅବଧି ଦୁଇବର୍ଷ ବୃଦ୍ଧି, ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଦୁଇଟି ଇନ୍ କ୍ରିମେଣ୍ଟ ପ୍ରଦାନ କରିବା ପାଇଁ ଅନୁରୋଧ କରିଛନ୍ତି। ଓଡ଼ିଶାର ଜନପ୍ରିୟ ସରକାର ହୃଦୟ ର ସହିତ ବିଚାର କରିବା ପାଇଁ ଶ୍ରୀ ସାହୁ ମଧ୍ୟ ନିବେଦନ କରିଛନ୍ତି। ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ କାର୍ଯ୍ୟାବଳୀ କୁ ନେଇ ଏକ ପୁସ୍ତକ ଖୁବ୍ ଶୀଘ୍ର ପ୍ରକାଶ କରାଯିବା ସହିତ ଜଗନ୍ନାଥଧାମ ଶ୍ରୀକ୍ଷେତ୍ର ପୁରୀ ରେ ଏକ ସାଧାରଣ ବୈଠକ ଆୟୋଜନ ହେବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। ସାଧାରଣ ସମ୍ପାଦକ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭା ସାଙ୍ଗ କରାଯାଇଥିଲା।