ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ମିଶନ ଶକ୍ତି କାଫେ ଉଦ୍ଘାଟିତ

ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ରେ ମିଶନ ଶକ୍ତି କାଫେ ଉଦଘାଟିତ ହୋଇ ଯାଇଛି । ଜ୍ୟୋତି ମହାସଂଘକୁ ଏହି ମିଶନ ଶକ୍ତି ର ଦାୟିତ୍ବ ଦିଆଯାଇଛି । ରାଜ୍ୟ ସରକାର ଙ୍କ ଏହି ମିଶନ ଶକ୍ତି ମାଧ୍ୟମରେ ମହିଳା ମାନେ ସ୍ୱାବଲମ୍ବୀ ହୋଇ ପାରି ଛନ୍ତି । ତେବେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପ୍ରତିଦିନ ହଜାର ଲୋକ ଆସୁଥିବା ବେଳେ ମିଶନ ଶକ୍ତି ପକ୍ଷରୁ ଖୋଲା ଯାଇଥିବା ଏହି ମିଶନ ଶକ୍ତି କାଫେ ବେଶ ଆକର୍ଷଣୀୟ ହୋଇ ପାରିଛି । ତେବେ ଏଠାରେ ପରିଦିନ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯିବା ସହିତ ସୁଲଭ ମୂଲ୍ୟରେ ଲୋକମାନେ ଏହାର ସୁଫଳ ପାଇ ପାରିବେ । ବିଶେଷ କରି ମାଣ୍ଡିଆରେ ତିଆରି ବିଭିନ୍ନ ପ୍ରକାରର ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଜଗତସିଂହପୁର ଜ୍ୟୋତି ମହାସଂଘ ର 10 ଜଣ ମହିଳା ସଦସ୍ୟା ଏହି କାଫେ ପରିଚାଳନା କରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଜଗତସିଂହପୁର ରୁ rita ସାହୁ

Leave a Reply

Your email address will not be published. Required fields are marked *