ରାଜ୍ୟ ସ୍ତରୀୟ ଅନ୍ତ ଓକିଲ ସଂଘ କ୍ରିକେଟ ପ୍ରତିଯୋଗିତା – ୨୦୨୪’ ରେ ପ୍ରଥମ ଦଳ ଭାବରେ ପୁରୀ ଓକିଲ ସଂଘ ଫାଇନାଲରେ ପ୍ରବେଶ କରିଅଛି

‘ରାଜ୍ୟ ସ୍ତରୀୟ ଅନ୍ତ ଓକିଲ ସଂଘ କ୍ରିକେଟ ପ୍ରତିଯୋଗିତା – ୨୦୨୪’ ରେ ପ୍ରଥମ ଦଳ ଭାବରେ ପୁରୀ ଓକିଲ ସଂଘ ଫାଇନାଲରେ ପ୍ରବେଶ କରିଅଛି। ଆଜ ଦିନ ମ୍ୟାଚରେ ପୁରୀ ଦଳ ସମ୍ୱଲପୁର ଓକିଲ ସଂଘକୁ ୭ ୱିକେଟରେ ପରାସ୍ତ କରିଛନ୍ତି। ଟସ ଜିତି ସମ୍ୱଲପୁର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରେ ୯୧ ରନ କରିବାରେ ସଫଳ ହୋଇଥିଲେ। ପୁରୀ ଓକିଲ ସଂଘ ତରଫରୁ ଭଗବାନ ପଢିଆରି ୪ ଓଭରରେ ୧୩ ରନ ଦେଇ ୪ ୱିକେଟ ନେଇଥିବା ବେଳେ ସତ୍ଯବ୍ରତ ଷଡଗୀଂ ୩ ଓଭରରେ ୧୫ ରନ ଦେଇ ୨ ୱିକେଟ ନେଇଥିଲେ। ସମ୍ୱଲପୁର ଦେଇଥିବା ଲକ୍ଷ୍ଯକୁ ପୁରୀ ଓକିଲ ସଂଘ ୩ ୱିକେଟ ବଦଳରେ ବିଜୟ ଲାଭ କରିଥିଲେ। ତପନ କୁମାର ବାରିକି ୨୪ ରନ ଓ ଶ୍ରୀକୁମାର ମିଶ୍ର ୨୩ ରନ କରିଥିବା ବେଳେ ଭଗବାନ ପଢିଆରିକୁଂ ଶ୍ରେଷ୍ଠ ଖେଳାଳି ଭାବରେ ମୂଖ୍ଯ ଅତିଥି ବରିଷ୍ଠ ସେବାୟତ ଶ୍ରୀଯୁକ୍ତ ରାମକୃଷ୍ଣ ଦାସ ମହାପାତ୍ରକଂ ଠାରୁ ଟ୍ରଫି ହାସଲ କରିଥିଲେ। ପୁରୀ ଓକିଲ ସଂଘର କ୍ରିକେଟ ଟିମର କୋଚ ଆଡଭୋକେଟ ସାରଦା ପ୍ରସାଦ ସାମଲକଂ ରଣ ନିତୀକୁ ସମସ୍ତ କ୍ରିକେଟ ଖେଳାଳି ଭୂୟସୀ ପ୍ରସଂଶା କରିଥିଲେ। ପୁରୀ ଓକିଲ ସଂଘର ସଂପାଦକ ଆଡଭୋକେଟ ବିଭୂତି ଶକଂର ତ୍ରିପାଠୀ ଖେଳ ପରିଚାଳନା କରିଥିଲେ।