ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟନ

କାକଟପୁର – ବାଙ୍ଗୁରିଗାଁ ରେ ଆମ ହସ୍ପିଟାଲ ଲୋକାର୍ପିତପ୍ରତୀଟି ଜୀବନ ମୂଲ୍ୟବାନ ଏହି ମନ୍ତ୍ରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟରେ ଦିତୀୟ ପର୍ଯ୍ୟୟରେ ଆମ ହସ୍ପିଟାଲର ରୂପନ୍ତିକରଣ ଯୋଜନାରେ ଆଜି ପୁରୀ ଜିଲ୍ଲାରେ ୫ଟି ସ୍ଥାନରେ ଉଦ୍ଘାଟନ ହୋଇଯାଇଥିବା ବେଳେ କାକଟପୁର ବ୍ଲକ ବାଙ୍ଗୁରିଗାଁ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଆମ ହସ୍ପିଟାଲକୁ ଭରଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟନ ହୋଇଯାଇଛି । ଏହି ଅବସରରେ ଗୃହରାଷ୍ଟ୍ର ମନ୍ତ୍ରୀ ତଥା କାକଟପୁର ବିଧ୍ୟାୟକ ତୁଷାରକାନ୍ତି ବେହେରା,ପୁରୀ ଜିଲ୍ଲା ଉପାଧକ୍ଷ ସ୍ୱାଧୀନ ନାୟକ ପ୍ରମୁଖ ଯୋଗ ଦେଇ ଉଦ୍ଘାଟନ ଫଳକ ଉନ୍ମୋଚନ କରିଥିଲେ । ଏହି ପ୍ରକଳ୍ପରେ ନିରାମୟ କେନ୍ଦ୍ର,ନିରାମୟ ଔଷଧ ବିତରଣ କେନ୍ଦ୍ର,ପଞ୍ଜିକରଣ କେନ୍ଦ୍ର,ଅଭ୍ୟର୍ଥନା କକ୍ଷ ଓ ମୁଖ୍ୟ ଫାଟକ ଉଦ୍ଘାଟିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଶତାଧିକ ଲୋକ କୃତଜ୍ଞତା ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *