ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଗଣିଆରେ ବିଜେଡ଼ିର ବିକାଶ ଯାତ୍ରା

ଆଗକୁ ଆସୁଛି ସାଧାରଣ ନିର୍ବାଚନ। ଦଶପଲ୍ଲାରେ କ୍ଷେତ୍ର ପ୍ରସ୍ତୁତ କରୁଛି ବିଜୁ ଜନତା ଦଳ।ଅନୁରୂପ ଭାବରେ ଆଜି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱରେ ଗଣିଆ ବ୍ଲକରେ ମଧ୍ୟ ଏକ ବିଶାଳ ବିକାଶ ସମାବେଶ ର ଆୟୋଜନ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ ଓ ବିଶିଷ୍ଟ ଅତିଥି ଭାବରେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ଯୋଗଦେଇଥିଲେ । ଯେଉଁଥିପାଇଁ କୁହାଯାଇ ପାରେ ଆଜି ବିରୋଧୀଙ୍କୁ ଏକ ଶକ୍ତ ଝଟକା ଲାଗିଛି।ଏହି କାର୍ଯ୍ୟକ୍ରମରେ ପ୍ରଥମେ କେସି ବିଦ୍ୟାପୀଠ ଠାରୁ ଏକ ପଦଯାତ୍ରା ବାହାରି ଜଉବଙ୍ଗ ତୋଟା ନିକଟରେ ପହଞ୍ଚିଥିଲା ।ପରେ ଏକ ସାଧାରଣ ସଭା ଆୟାଜନ ହୋଇଛି ।ଏହି କାର୍ଯ୍ୟକ୍ରମରେ ଗଣିଆ ବ୍ଲକ ଅଧ୍ୟକ୍ଷା ଝୁନାଜେନା,ଗଣିଆ ବ୍ଲକ ସାଂସଦ ପ୍ରତିନିଧି ଶେଷଦେବ ସ୍ୱାଇଁ,ନୟାଗଡ଼ ଜିଲ୍ଲା ସାଂସଦ ପ୍ରତିନିଧି ସଦାଶିବ ମିଶ୍ର ପ୍ରମୁଖ ଉପସ୍ଥିତ ଥିବାବେଳେ ସମସ୍ତ ଜୋନର ଜିଲ୍ଲା ପରିଷଦ ସଦସ୍ୟ,ସମସ୍ତ ପଞ୍ଚାୟତ ର ସରପଞ୍ଚ , ସମିତିସଭ୍ୟ ଙ୍କ ସମେତ ପ୍ରାୟ ୧୩ ହଜାର ରୁ ଉର୍ଦ୍ଧ୍ବ ବିଜେଡ଼ି କର୍ମୀ, ଶୁଭେଚ୍ଛୁ ,ସମର୍ଥକ ଓ ଜନସାଧାରଣ ଉପସ୍ଥିତ ଥିଲେ ।ଏହି ବିକାଶ ସମାବେଶରେ ସାଧାରଣତଃ ବିକାଶ ପୁରୁଷ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଚ ଶାସନ,ନିର୍ମଳ ଭାବମୂର୍ତ୍ତି,ରାଜ୍ୟ ସରକାର ଙ୍କ ବିଭିନ୍ନ ଜନ ହିତକର କାର୍ଯ୍ୟ ର ସଫଳତା ସଂପର୍କରେ ଆଲୋଚନା କରି ଆଗାମୀ ନିର୍ବାଚନ ରେ କିପରି ବିଜେଡ଼ି କୁ ସସକ୍ତ କରାଯାଇ ପାରିବ ସେ ନେଇ ଆଲୋଚନା ହେବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି.