କଳିଙ୍ଗନଗର ବୁଲେଟିନ୍ର ଦ୍ବାଦଶ ସ୍ୱନକ୍ଷତ୍ର ଉତ୍ସବ ବ୍ୟାସନଗର ସ୍ଥିତ ସେଲିବ୍ରେସନ ମଣ୍ଡପରେ ଅନୁଷ୍ଠିତ

କଳିଙ୍ଗନଗର ବୁଲେଟିନ୍’ର ଦ୍ବାଦଶ ସ୍ବନକ୍ଷତ୍ର ଉତ୍ସବ ସ୍ଥାନୀୟ ସେଲିବ୍ରେସନ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି l କଳିଙ୍ଗନଗର ବୁଲେଟିନ୍ର ସମ୍ପାଦକ ହାରାଧନ ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅଥିତି ଭାବେ ପୂର୍ବତନ ମନ୍ତ୍ରୀ ଡ. ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାର ଯୋଗଦେଇ ଉଦ୍ଘାଟନ କରିବାସହ ଜନସାଧାରଣଙ୍କ ସମର୍ଥନ ଓ ଆଶୀର୍ବାଦରେ ସମ୍ବାଦପତ୍ରର ବିକାଶ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ l ସମ୍ମାନିତ ଅତିଥି ଭାବେ ବ୍ୟାସନଗର ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ, ଜିଲ୍ଲା କ୍ରୀଡ଼ା ସଂସଦ କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି, ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ତପେଶ ରାୟ, କଳିଙ୍ଗନଗର ଜିନ୍ଦଲ ଷ୍ଟେନଲେସ ଲିମିଟେଡ୍ ଆବାସିକ ନିର୍ଦେଶକ ଭି. ଶିବରାମ କ୍ରିଷ୍ଣା ଯୋଗଦେଇଥିଲେ l ସହଯୋଗୀ ସମ୍ପାଦକ ଶରତ ପଥାଳ ଅତିଥି ପରିଚୟ ପ୍ରଦାନ କରିଥିଲେ l ଏହି ଉତ୍ସବରେ ଅନେକ ବୃଦ୍ଧିଜୀବି, ସାମ୍ବାଦିକ ଓ ସାହିତ୍ୟିକ ଯୋଗଦେଇଥିଲେ
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ reporter