କାମାକ୍ଷାନଗର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

-କାମାକ୍ଷାନଗର ପଞ୍ଚାୟତ ସମିତି ର ସାଧାରଣ ବୈଠକ ସ୍ଥାନୀୟ ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ପଞ୍ଚାୟତ ସମିତି ଅଧକ୍ଷ ପ୍ରେମାନନ୍ଦ ସାହୁ ଙ୍କ ଅଧକ୍ଷତା ରେ ଆୟୋଜିତ ଏହି ବୈଠକ ରେ ପରଜଙ୍ଗ ବିଧାୟକ ଡ଼ ନୃସିଂହ ଚରଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଞ୍ଚାୟତ ସମିତି ଅଧୀନରେ ଥିବା ବିଭିନ୍ନ ପଞ୍ଚାୟତ ର ବିକାଶମୂଳକ କାର୍ଯ୍ୟ, ସମସ୍ୟା ର ସମାଧାନ ଓ ବିଭିନ୍ନ ସରକାରୀ ଯୋଜନା କିପରି ଲୋକ ଙ୍କ ପାଖରେ ପହଂଚି ପାରିବ ସେନେଇ ସରପଞ୍ଚ, ସମିତିସଭ୍ୟ ଙ୍କ ସହଯୋଗ କାମନା କରିଥିଲେ l କାମାକ୍ଷାନଗର ବିଡ଼ିଓ ଅବିନାଶ ପାଣ୍ଡିଆ ପଞ୍ଚାୟତ ସମିତି ର ଆଭିମୁଖ୍ୟ ଓ ବିବରଣୀ ପ୍ରଦାନ କରିଥିବା ବେଳେ ପଞ୍ଚାୟତ ସମିତି ଉପାଧକ୍ଷା, ଜିଲ୍ଲାପରିଷଦ ସଦସ୍ୟ, ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *