ଆଚାର୍ଯ୍ୟ ହରିହର ଜୟନ୍ତୀ ପାଳିତ

ଆଚାର୍ଯ୍ୟ ହରିହର ଜୟନ୍ତୀ ପାଳିତ।ପୁରୀ ୨୭/୨ ଆଚାର୍ଯ୍ୟ ହରିହରଙ୍କ ସେବା,ସମର୍ପଣ ଓ ତ୍ୟାଗ ତାଙ୍କୁ ଚିର ଅମର କରି ରଖିଥିବ।ତାଙ୍କ ଭଲ ମଣିଷ ହୁଅର ଆହ୍ଵାନ ମଣିଷ ଚରିତ୍ର କୁ ସବୁଦିନ ସଂସ୍କାରିତ କରି ଚାଲିଥିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଡଃ ଶରତ ଚନ୍ଦ୍ର ମହାପାତ୍ର ମତବ୍ୟକ୍ତ କରିଛନ୍ତି।ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ଆଚାର୍ଯ୍ୟ ହରିହର ସ୍ମୃତି ସଂସଦ ପକ୍ଷରୁ ଆଚାର୍ଯ୍ୟ ହରିହର ଙ୍କ ଜୟନ୍ତୀ ପାଳିତ ହୋଇଥିଲା।ପ୍ରାରମ୍ଭରେ ହରିହର ଛକ ସ୍ଥିତ ଆଚାର୍ଯ୍ୟ ହରିହର ଙ୍କ ପ୍ରତିମୂର୍ତ୍ତି ରେ ଅତିଥି ମାନେ ମାଲ୍ୟାର୍ପଣ କରିବା ପରେ ଗାନ୍ଧୀ ଘାଟ ଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସହ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଆଚାର୍ଯ୍ୟ ହରିହର ଙ୍କ ବାଗ୍ନୀତା,ମେଧା ଓ ବୁଦ୍ଧିମତା ଅନନ୍ୟ ବୋଲି କହିବା ସହ ତାଙ୍କ ଆଦର୍ଶ ଓ ଜୀବନ ଦର୍ଶନ ସମଗ୍ର ମାନବ ଜାତିର ପ୍ରେରଣା ର ଉତ୍ସ ବୋଲି କହିଥିଲେ।

ଗାନ୍ଧିବାଦୀ ଗୌରାଙ୍ଗ ଚରଣ ପରିଡା,ସ୍ମୃତି ସଂସଦର ସଦସ୍ୟ ମାୟାଧର ମହାରଣା,ଡଃ ଦେବ ପ୍ରସାଦ ଦାଶ ପ୍ରମୁଖ ଯୋଗ ଦେଇ ଆଚାର୍ଯ୍ୟ ଙ୍କ ସ୍ମୃତି ଚାରଣ କରିଥିଲେ। ଅନୁଷ୍ଠାନର ସଭାପତି ଉମାବଲ୍ଲଭ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସ୍ମୃତି ସଂସଦର ସମ୍ପାଦକ ଶିବ ପ୍ରସାଦ ମିଶ୍ର ସମସ୍ତଙ୍କୁ ସ୍ୱାଗତ ସହ ସର୍ବଧର୍ମ ପ୍ରାର୍ଥନା ପରିବେଷଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଉପଖଣ୍ଡ ଲୋକ ସମ୍ପର୍କ ଅଧିକାରୀ ରଘୁନାଥ ସେଠୀ,ସ୍ମୃତି ସଂସଦର ସଦସ୍ୟ ସୁକାନ୍ତ କୁମାର ମହାନ୍ତି,ଜୟନ୍ତୀ ମହାପାତ୍ର, ବାସୁଦେବ ସାହୁ, ଜ୍ୟୋସ୍ନା ନାୟକ, ଇଂ ଗିରିଜା ଶଙ୍କର ପାଢ଼ୀ, ଗଙ୍ଗାଧର ଦାଶ,ଯଜ୍ଞଦତ୍ତ ପାଇକ,ରୂପ ରଞ୍ଜନ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଓ ଛାତ୍ର ବୃତ୍ତି ପାଇଥିବା ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଶେଷରେ ଯୁଗ୍ମ ସମ୍ପାଦକ ନବ କିଶୋର ରଥ ଧନ୍ୟବାଦ ଅର୍ପଣ କରିଥିଲେ।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *