ଜଟଣୀ ଆଶା ପ୍ଲେ ସ୍କୁଲର ୨୪ ତମ ବାର୍ଷିକ ଉତ୍ସବ

ଜଟଣୀ ରାମଚନ୍ଦ୍ରପୁର ବଜାର ଅନ୍ତର୍ଗତ ହରିଭାଇନା ଛକ ସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ଅବସ୍ଥିତ ଆଶା ପ୍ଲେ ସ୍କୁଲର ୨୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି | ଜଟଣୀର ଗୋଟେ ମଣିଷ ଗଢା କାରଖାନା ହେଉଛି ଆଶା ପ୍ଲେ ସ୍କୁଲ | ଏଠାରେ ଖେଳ ମାଧ୍ୟମରେ କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢାଇ ସେମାନଙ୍କ ମୂଳଦୁଆ ମଜଭୂତ କରା ଯାଇଥାଏ | ଏହି ଆଶା ପ୍ଲେ ସ୍କୁଲର ୨୪ ତମ ବାର୍ଷିକ ଉତ୍ସବରେ ଜଟଣୀର ବରିଷ୍ଠ ସାମ୍ବାଦିକ ତଥା ନୋଟାରୀ ଅବନୀ ରାଉତରାୟ, ବରିଷ୍ଠ ଶିକ୍ଷକ ନେତା ତ୍ରିନାଥ ସାମନ୍ତରାୟ, ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ରାଜନେତା ଦିବାକର ମଙ୍ଗରାଜ, ବରିଷ୍ଠ ଡାକ୍ତର କୃଷ୍ଣ କୁମାର ମହାନ୍ତି, ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ |
ଜଟଣୀରୁ ସାହାବୁଦ୍ଦିନ ଖାଁ ଙ୍କ ରିପୋର୍ଟ ।