ସପ୍ତମ ବାର୍ଷିକ ରାଜ୍ୟ ସ୍ତରୀୟ ସାହିତ୍ୟ ଆସର ଓ ପ୍ରତିଭା ସମ୍ମାନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ

।କୋଣାର୍କ – ୦୯.୦୬() ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ କୋଣାର୍କ ଯାତ୍ରୀ ନିବାସ ସମ୍ମେଳନ କକ୍ଷ ଠାରେ କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ପକ୍ଷରୁ ସପ୍ତମ ବାର୍ଷିକ ରାଜ୍ୟ ସ୍ତରୀୟ ସାହିତ୍ୟ ଆସର, ଆଲୋଚନା ଚକ୍ର, କବିତା ପାଠୋତ୍ସବ ଓ ପ୍ରତିଭା ସମ୍ମାନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଣାର୍କ ହେଉଛି କଳା ଓ ସଂସ୍କୃତିର ମୂର୍ତ୍ତିମନ୍ତ ପ୍ରତୀକ । ଏଥିରେ ସାହିତ୍ୟର ଜୀବନ୍ତ ପ୍ରତିଛବିକୁ ଲେଖନୀ ମୁନରେ ପରିପ୍ରକାଶ କରି ଏକ ଐତିହାସିକ ଓ ପୌରାଣିକ ଗାଥାକୁ ଲୋକମାନଙ୍କ ମଧ୍ୟରେ ଏକ ସାଂସ୍କୃତିକ ଓ ସାମାଜିକ ପରିବର୍ତ୍ତନ ଆଣିବା ଦିଗରେ ବିଶେଷ ସହାୟକ ହେବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ଓଡ଼ିଶାର କୋଣ ଅନୁକୋଣରୁ ଆସିଥିବା ୧୦୦ରୁ ଊର୍ଦ୍ଧ୍ବ କବି କବୟିତ୍ରୀ ଓ ଲେଖକ ଓ ଲେଖିବା ମାନେ ସ୍ୱରଚିତ କବିତା ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୩୦ଗୋଟି ଜିଲ୍ଲାରୁ ୧୦୦ରୁ ଊର୍ଦ୍ଧ୍ବ କବି, କବୟିତ୍ରୀ, ସଂସ୍କୃତି ଗବେଷକ, ଲେଖକ ଓ ଲେଖିକା ମାନେ ଯୋଗଦାନ କରି ସ୍ବରଚିତ କବିତାମାନ ପାଠ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଶିଷ୍ଟ ଲେଖିକା ଡଃ ପ୍ରତିଭାରାଣୀ ଷଡଙ୍ଗୀ ଙ୍କ ସ୍ବରଚିତ କୋଣାର୍କକୁ ଚିଠି ଓ ଶିଶୁ ପୁସ୍ତକ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୩୦ରୁ ଊର୍ଦ୍ଧ୍ବ କବି କବୟିତ୍ରୀ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *