11 KV ତାର ସଂସ୍ପର୍ଶରେ ଆସି ଦୁଇ ଶ୍ରମିକ ଗୁରୁତର

।1 1 kv ତାର ସଂସ୍ପର୍ଶରେ ଆସି ଶ୍ରମିକ ଘୁରୁତର। ଗୁରୁତର ଶ୍ରମିକ ଦ୍ବୟ ହେଲେ କାମାକ୍ଷାନଗର ଥାନା ଖୋକସା ହରିଜନ ସାହିର ଜଗା ମଲିକ ଓ ବାବୁଲି ମଲିକ। ସୁଚନା ମୁତାବକ ଉଭୟ ଶ୍ରମିକ ଆଲୁଅଝରଣ ଗ୍ରାମର ନାରାୟଣ ସାହୁଙ୍କ ଘର ଛାତ କାମରେ ନିୟୋଜିତ ଥିଲେ। ଆଜି ସକାଳେ ଘରର ଛାତ ପକାଇବା ପାଇଁ ରଡ ବାନ୍ଧୁଥିଲେ। ବାନ୍ଧିବା ବେଳେ ଉପରେ ଥିବା 11 KV ତାର ସଂସ୍ପର୍ଶରେ ରଡଟି ଲାଗିଯାଇଥିଲା। ଫଳରେ ଉଭୟ ଗୁରୁତର ଅବସ୍ଥାରେ ନିର୍ମାଣଧିନ ଛାତ ଉପରେ ପଡି ରହିଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତି କରିଥିଲେ। ବିଡମ୍ବନାର ବିଷୟ ଏହିକିଯେ ୧୦୮ ଆମ୍ବୁଲାନ୍ସ ରୋଗି ନେଇ କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ପହଞ୍ଚି ଦିର୍ଘ ଅଧଘଣ୍ଟା ଧରି ଅପେକ୍ଷା କଲେ ମଧ୍ୟ ଦାୟିତ୍ବରେ ଥିବା ହେଲ୍ପଡେସ୍କର କୌଣସି କର୍ମଚାରିଙ୍କ ଦେଖା ନଥିଲା। ଉଭୟଙ୍କ ହାତ ଓ ଗୋଡ ରେ ଗଭିର ଆଘାତ ଲାଗିଥିବା ଜଣା ପଡିଛି। ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ଉଭୟଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *