ମୋ ବାପା

ଜଟଣୀ:୧୬:୦୬ ବାପା ଗୋଟିଏ ବ୍ୟକ୍ତିତ୍ୱ,ଗୋଟିଏ ଦାୟିତ୍ୱ ଏକ ଅପୂରଣୀୟ ଶୂନ୍ୟସ୍ଥାନ l ଯାହାକୁ ଦୁନିଆରେ କେହିବି ପୂରଣ କରିପାରିବେ ନାହିଁ l ମୋ ବାପା ଦିବଂଗତ ନାଟ୍ୟନିର୍ଦ୍ଧେଶକ ବସନ୍ତ କୁମାର ଶତପଥୀଙ୍କ ର କଠୋର ଅନୁଶାସନ ଓ ସଂସ୍କାର ହେତୁ ମୁଁ ଆଜି ସୁଶୃଙ୍ଖଳିତ l ତାଙ୍କର ସ୍ନେହ,ନୀତି,ଆଦର୍ଶ,ତ୍ୟାଗ ଓ ସଠିକ ମାର୍ଗଦର୍ଶନ ଯୋଗୁ ମୁଁ ପ୍ରତିଷ୍ଠିତ l ଆଜି ମୁଁ ସମାଜରେ କଠିନରୁ କଠିନତର ସମସ୍ୟାର ସମାଧାନ କରିପାରୁଛି ତାହା ପାଇଁ ଲୋଡ଼ା ଅସୀମ ଧର୍ଯ୍ୟ,ସାହସ ଓ ସହନଶୀଳତା ମୁଁ ବାପାଙ୍କ ଠାରୁ ଶିଖିଛି l ‘ବାପା ଥିଲା ପୁଅ ସଭାରେ ହାରେନା’ ଅର୍ଥାତ ବାପାଙ୍କର ଉପସ୍ଥିତି ସବୁପିଲାଙ୍କୁ ମଜଭୁତ କରାଇଥାଏ l ଦୁନିଆରେ ସବୁ ବାପା ଚାହାଁନ୍ତି ନିଜ ପିଲା କେମିତି ଭଲ ମଣିଷ ହେବା ସହ ନିଜ କର୍ମ କ୍ଷେତ୍ରରେ ସଫଳ ହୁଅନ୍ତୁ କିନ୍ତୁ କଷ୍ଟର ବିଷୟ ଯେତେବେଳେ ପିଲାଟି ବଡ଼ ହୋଇଯାଏ ସେତେବେଳେ ବାପା ଯିଏ ନିଜ ଖୁସିକୁ ପଛରେ ପକାଇ ପିଲାକୁ ମଣିଷ କରିଥାଏ ସେହି ପିଲା ହାତ ଧରିକି ବୃଦ୍ଧାଶ୍ରମ ନେଇ ଛାଡିକି ଆସେ l ବର୍ତ୍ତମାନ ବୃଦ୍ଧ ବାପା ମା’ଙ୍କୁ ସମୟ ଦେବା ପାଇଁ ଯେମିତି କାହା ପାଖରେ ସମୟ ନାହିଁ l ଆଜି ଆମେ ଯାହା କରୁଛେ କାଲି ଆମ ପାଇଁ ତାହାହିଁ ଘଟିବ l
ମୋର ପିତୃତୁଲ୍ୟ ବଡ଼ ଭାଇନା ସ୍ବର୍ଗତ ବସନ୍ତ ଶତପଥୀ ଙ୍କ ଉଦ୍ଦେଶ୍ୟରେ ସୁପୁତ୍ର ପିଣ୍ଟୁ ଯେଉଁ ଭୂମିକା ବାନ୍ଧିଲେ ,ତାହା ମୋ ପାଇଁ ଅର୍ଦ୍ଧସତ୍ୟ ଅଟେ. ବସନ୍ତ ଶତପଥୀ ଜଣେ କେବଳ ବିଚକ୍ଷଣ ନାଟ୍ୟ ନିର୍ଦ୍ଦେଶକ ନୁହେଁ, ଜଣେ ଅନନ୍ୟ ନାଟ୍ୟ କଳାକାର ଥିଲେ. ସେ ବୋଧେ ଥିଲେ କଳାକାର ତିଆରି ଅନୁଷ୍ଠାନର ଶେଷ ବିନ୍ଧାଣୀ. ତାଙ୍କର ଅବର୍ତ୍ତମାନରେ ଓଡ଼ିଆ ନାଟ୍ୟ ଜଗତ , ମୋତେ ଲାଗେ ମୂରବୀ ବିହୀନ ହୋଇଯାଇଛି.ଦିଗହରା ମଧ୍ୟ. ଆଜି ଜୋର୍ ଜୋର୍ କହିପାରିଲେ, ଲୋକେ ନିଜକୁ ବିଦ୍ୱାନ, ପଣ୍ଡିତ ଭାବନ୍ତି. ମେଲୋଡ୍ରାମା, ଅତିରଞ୍ଜିତ ଭୂମିକା( over acting ) ରେ ଭରପୁର, ତଥାକଥିତ ନିର୍ଦ୍ଦେଶକ, ଅଭିନେତା ମାନେ ବୋଧେ ଯାତ୍ରା ଓ ମଞ୍ଚ ନାଟକ ଭିତରେ ପ୍ରଭେଦ ବୁଝନ୍ତି ନାହିଁ. ନବୁଝିବା ବି ସ୍ଵାଭାବିକ. କାରଣ ସେମାନେ ଓଳିଆ ରୁ ପଡ଼ି ଗଜା. ନାଟ୍ୟ ସାହିତ୍ୟରେ ପ୍ରବେଶ ନାହିଁ, ଅଧ୍ୟୟନ ନାହିଁ, ନା ଅଛି ସମାଜକୁ ଅତି ନିରେଖି କରି ଦେଖିବାର ଦୃଷ୍ଟିକୋଣ.ତେଣୁ ନାଟକ ର ଏହି ଅବସ୍ଥା. ନାଟକରେ ସଂଳାପ ଅପରିହାର୍ଯ୍ୟ କିନ୍ତୁ ସ୍ଵୟଂସମ୍ପୂର୍ଣ୍ଣ ନୁହେଁ. ଶାରରିକ ଭାଷା (body language) ହିଁ କଳାକାର ର ଭୂଷଣ. ବିନା ବାକ୍ୟ ରେ ଉଚ୍ଚତର ଅଭିବ୍ୟକ୍ତି ଯେ ସମ୍ଭବ ତାହା ଆଜିର ଅଧିକାଂଶ ନିର୍ଦ୍ଦେଶକ, କଳାକାର ବୁଝନ୍ତି ନାହିଁ. ସେମାନଙ୍କ ପ୍ରତି ଦୟା ଆସେ. ନାଟ୍ୟ ଜଗତର ମହାଗୁରୁ ମାନଙ୍କ ପ୍ରତି ଏହା ଅପମାନ . ସ୍ବର୍ଗତ ବସନ୍ତ ଶତପଥୀ, ଥିଲେ ସେହି ମହାଗୁରୁ ମାନଙ୍କ ର ଶ୍ରେଣୀର. ଅଦ୍ଭୂତ ତାଙ୍କର କଳା କୌଶଳ, ଅଭିନୟ ଚାତୁରି, ସେ ଅଭିନୟ କରୁନଥିଲେ, ବସ୍ତବତାର ସେ ଥିଲେ ପ୍ରତିଫଳନ. ଜାତୀୟ ସ୍ତରରେ ପ୍ରଶଂସିତ ତଥା ପ୍ରତିଷ୍ଠିତ ଆଜିର କଳାକାର ପଙ୍କଜ ତ୍ରିପାଠୀ ଙ୍କ ଅଭିନୟରେ କେଉଁଠି ନା କେଉଁଠି ବସନ୍ତ ଶତପଥୀ ଙ୍କର ଝଲକ ଦେଖିବାକୁ ମିଳେ. ମୋତେ ତ ଲାଗେ ସେ ସେହି ବିରଳ ନାଟ୍ୟ ପ୍ରତିଭା ମାନଙ୍କର ଶେଷ ଦୟାଦ. ତଥାପି ମୁଁ ଆଶାବାଦୀ , ସମୟ ଫେରିବ, ସେହି ବିରଳ ପ୍ରତିଭାଙ୍କର ଆଶୀର୍ବାଦ ରେ ଚୈତନ୍ୟ ଉଦୟ ହେବ, ଭବିଷ୍ୟ ପିଢ଼ି ମାନଙ୍କ ମଧ୍ୟରେ . କଳା ଓ କଳାକାର ପୁଣି ସେହି ଉଚ୍ଚତ୍ତର ସୋପାନକୁ ଛୁଇଁବେ. ଏ ଭଳି ଆଶା ଓ ବିଶ୍ୱାସ ସହ !!!
ଅମର ଆତ୍ମା ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ!!
ହେ, ମହାନୁଭବ, ଆପଣଙ୍କ ବଂଶଧର ଆପଣଙ୍କ ବାହୁଡ଼ା ବିଜୟ ଅପେକ୍ଷାରେ !!!!🌹🌹🌹🙏