ମହିଳାମୋର୍ଚ୍ଚା ଭାରତୀୟ ଜନତାପାଟି ପକ୍ଷରୁ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଦୁଇ ଦିନିଆ ରଜ ମହୋତ୍ସବ ଧୁମଧାମରେ ପାଳିତ

ମହିଳାମୋର୍ଚ୍ଚା ଭାରତୀୟ ଜନତାପାଟି ପକ୍ଷରୁ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଦୁଇ ଦିନିଆ ରଜ ମହୋତ୍ସବ ଧୁମଧାମରେ ପାଳିତ ହୋଇଛି । ମୁଖ୍ଯ ଅତିଥି ଭାବେ ସାଂସଦ ଡଃ ସମ୍ବିତ ପାତ୍ର ଆନୁଷ୍ଠାନିକ ପୂର୍ବକ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରି ରଜ ମହୋତ୍ସବକୁ ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥ ଭାବେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ,ବରିଷ୍ଠ ବିଜେପି ନେତା ରବି ଦାସ , ନାରୀ ନେତ୍ରୀ ସୁନିତା ମହାରଣା, ମହିଳା ମୋର୍ଚ୍ଚା ସଂଯୋଜକିକା ରଞ୍ଜିତା ପାଢୀଙ୍କ ସମେତ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଉପସ୍ଥିତ ଥିଲେ । ନାଚଗୀତ ସହ ପୋଡପିଠାର ମହକରେ ମହକୁଥିଲା ପରିବେଶ । ରଜ ମହୋତ୍ସବକୁ ବଡ ଧୁମଧାମରେ ପାଳନ କରୁଥିବା ଓ ଓଡିଶାର ପରମ୍ପରା କଳା ସଂସ୍କୃତି ଓ ଐତିହ୍ୟକୁ ବଜାୟୀ ରଖିଥିବା ନେଇ ସାଂସଦ ଖୁସି ବ୍ୟକ୍ତ କରିବା ସହ ଆୟୋଜକ ମାନଙ୍କୁ ପ୍ରସଂଶା କରିଥିଲେ ।

ବିଭିନ୍ନ ପ୍ରତିଯୋଗିତାର କୃତିତ୍ବ ଅର୍ଜନ କରିଥିବା ପ୍ରତିଭାଙ୍କୁ ଅତିଥିମାନଙ୍କ ଦ୍ବାର ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଶତାଧିକ ଦର୍ଶକ କାର୍ଯ୍ୟକ୍ରମ ଦେଖି ବିଭୋର ହୋଇ ପଡିଥିଲେ । ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

Leave a Reply

Your email address will not be published. Required fields are marked *