ଟ୍ରମା ରୋଗ ଗ୍ରସ୍ତ ଭଦ୍ରକ ର ବାଳକ କୁ ଚିକିତ୍ସା ସହାୟତା ପ୍ରଦାନ

ଟ୍ରମା ରୋଗ ଗ୍ରସ୍ତ ଭଦ୍ରକ ର ବାଳକ କୁ ଚିକିତ୍ସା ସହାୟତା ପ୍ରଦାନ ।ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ମତେ ତୁରନ୍ତ ପଦକ୍ଷେପ ନେଲା ଜିଲ୍ଲା ପ୍ରଶାସନ ।ଭଦ୍ରକ, ତା ୧୬.୬.୨୪ । ଟ୍ର ମାଟିକ ନ୍ୟୁରୋ ମୋଟର ଡିଜର୍ଡର ଭଳି ବିରଳ ରୋଗ ରେ ପୀଡିତ ଭଦ୍ରକ ର ବାଳକ ବାବୁଲି ବାରିକ ଙ୍କୁ ତୁରନ୍ତ ଚିକିତ୍ସା ସହାୟତା ପ୍ରଦାନ ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭଦ୍ରକ ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଉକ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ଙ୍କ ସହାୟତା ପାଣ୍ଠି ରୁ ତୁରନ୍ତ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ଲାଗି ମଧ୍ୟ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଦେଶ ଦେଇଛନ୍ତି ।ଉକ୍ତ ଗରିବ ବାଳକ ବାବୁଲି ବାରିକ ଙ୍କ ସମସ୍ୟା ସମ୍ବନ୍ଧ ରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସାମାଜିକ ଗଣମଧ୍ୟମ ଓ ଅନ୍ୟ ଗଣମାଧ୍ୟମ ଉତ୍ସ ରୁ ଅବଗତ ହୋଇଥିଲେ ।ସୂଚନା ଯୋଗ୍ୟ କି ଭଦ୍ରକ ଜିଲ୍ଳା ଚାନ୍ଦବାଲି ବ୍ଲକ୍ ର ମାଧପୁର ଗ୍ରାମ ର ଚିନ୍ତାମଣି ଏବଂ ଝରଣା ବାରିକ ଙ୍କ ୧୪ ବର୍ଷ ବୟସ ର ପୁତ୍ର ବାବୁଲି ଶୈଶବ ର ଆରମ୍ଭ ରୁ ଏହି ଟ୍ରମା ସ୍ନାୟୁ ଜନିତ ବିରଳ ରୋଗର ଯନ୍ତ୍ରଣା ଭୋଗି ଆସୁଛନ୍ତି । ତାଙ୍କର ପିତା ମାତା ଖୁବ୍ ଗରିବ । ମୂଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ମୁତାବକ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଉକ୍ତ ବାଳକ ଭୋଗୁଥିବା ରୋଗର ପରୀକ୍ଷା ନିରୀକ୍ଷା ପାଇଁ ଗୋଟିଏ ଡାକ୍ତରୀ ଦଳ ମାଧପୁର ଗାଁ ର ତାଙ୍କ ଘରକୁ ପ୍ରେରଣ କରାଯାଇଥିଲା । ରୋଗର ପରୀକ୍ଷା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏସ. ସି. ବି. ମେଡ଼ିକାଲ କଲେଜ ,କଟକ କୁ ରେଫର୍ କରାଯାଇଛି । ଆବଶ୍ୟକ ଅନୁସାରେ ସାହାଯ୍ୟ ସହଯୋଗ ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ଉକ୍ତ ପରିବାର ସହିତ ଯୋଗାଯୋଗ ରେ ରହିଥିବା ନେଇ ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *