ଗୁଣ୍ଡିଚା ରାଣୀ
ଗୁଣ୍ଡିଚା ରାଣୀ ଙ୍କ ସ୍ବପ୍ନ ର ମନ୍ଦିର
ଜନ ଗହଳି ରେ ଆଜି
ଚକା ଆଖି ସଙ୍ଗେ ଭାଇ ବଳଭଦ୍ର
ସୁଭଦ୍ରା ଭଉଣୀ ହେଜି।
ଅପେକ୍ଷାରେ ଭକ୍ତ ବହୁ ସେବାୟତ ଶ୍ରଦ୍ଧା ର ଦୀପ କୁ ଧରି
ହୃଦୟରେ ମଧ୍ୟରେ ଭକ୍ତି ର ଭାବ
ଉଛୁଳେ ହୃଦୟ ଭରି।
ଜନ ସମୁଦ୍ର ରେ ପବିତ୍ର ଶ୍ରୀକ୍ଷେତ୍ର ଜୟ ଜୟଧ୍ବନି ମଧ୍ୟେ
ହରିବୋଲ ହୁଳହୁଳି ଶବ୍ଦ ମଧ୍ୟ କମ୍ପଇ ଗଗନ ନାଦେ।
ପ୍ରଭୁ ବିଜେ ହେବେ ଗୁଣ୍ଡିଚା ମନ୍ଦିରେ
ଭାଇ ଭଉଣୀ ଙ୍କୁ ଧରି
ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗିବ ଏଠା
ରେ
ବିଭୁପାଦେ ଲୟ ଧରି।
ଲକ୍ଷ ଲକ୍ଷ ଲୋକ ଶ୍ରୀକ୍ଷେତ୍ର ଧାମରେ
ହୋଇଛନ୍ତି ଜମାଜୋଟ
ସମସ୍ତ ଙ୍କୁ ନେଇ ପ୍ରଭୁ ମହାବାହୁ କରିଛନ୍ତି କେତେ ନାଟ।

ହରିହର ସାହୁ
ଇଲେଇଜଙ୍ଗ , ଗଁଦିଆ, ଢେଙ୍କାନାଳ।