ପବିତ୍ର ରଥଯାତ୍ରା ପାଇଁ ଧରାକୋଟ ରୁ ପୁରୀ କୁ ଗଡିଲା ସ୍ଵତନ୍ତ୍ର ବସ.

………………………………ଧରାକୋଟ,7/7/24 ରାଜ୍ୟ ସରକାରଙ୍କ ଘୋଷଣା ପ୍ରକାରେ ଆଜି ଧରାକୋଟ ବ୍ଲକ ସଦରହକୁମାରୁ ସକାଳ 7 ଘଣ୍ଟ ସମୟରେ ପୁରୀ ଯିବାପାଇଁ ଏକ ସ୍ବତନ୍ତ୍ର ବସ ସେବା ଆରମ୍ଭ ହୋଇଯାଇଛି । ଏହି ବସ ସେବା କାର୍ଯକ୍ରମ କୁ ଧରାକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡେନିସ ବେହେରା ପୂଜାର୍ଚ୍ଚନା କରି ଶୁଭାରମ୍ଭ କରିଥିବା ବେଳେ ଏଥିରେ ଅତିଥି ଭାବରେ ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି ଏବଂ ଧରାକୋଟ ଅତିରିକ୍ତ ତହସିଲଦାର ଗଣେଶ ଦଳାଇ ଉପସ୍ଥିତ ରହିଥିଲେ ।ବସ୍ ଟି ପ୍ରଥମେ ଧରାକୋଟ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।ପ୍ରଥମ ଦିନ ବସ୍ ରେ ପ୍ରାୟ 18 ରୁ 20 ଜଣ ମହିଳା ଏବଂ ପୁରୁଷ ଯାତ୍ରୀ ଯାତ୍ରା କରିଥିଲେ ।ଉକ୍ତ କାର୍ଯ୍ୟକ୍ରମ କୁ ଧରାକୋଟ ବ୍ଲକ ସୂପରଭାଇଜର ସଂଜିତ୍ କୁମାର ସ୍ବାଇଁ ପରିଚାଳନା କରିଥିଲେ ଏବଂ OSRTC ସୂପରଭାଇଯର ସବୀର କୁମାର ବେହେରା ସହଯୋଗ କରିଥିଲେ ।ଉକ୍ତ ବସ ଯାତ୍ରା ସମୟରେ ଯାତ୍ରୀ ମାନଙ୍କ ଯେଭଳି କିଛି ଅସୁବିଧା ନ ହେବ ସେଥିପ୍ରତି ଗୁରୁତ୍ୱ ଦିଆ ଯାଇଛି ।ଯେପରିକି ପିଇବା ପାଣି,ORS , ପ୍ରାଥମିକ ଚିକିତ୍ସା ନିମନ୍ତେ ଫାଷ୍ଟ୍ ଏଇଡ୍ କିଟ୍ ଆରାମ ଦାୟକ ସିଟ ଉପଲବ୍ଧ ରହିଛି । ଏହି ବସ୍ ରେ ଡ୍ରାଇଭର ଭାବରେ ପ୍ରହଲ୍ଲାଦ ସ୍ବାଇଁ ଏବଂ କଣ୍ଡକ୍ଟର ଭାବରେ ସାଗର ପ୍ରଧାନ କାର୍ଯ୍ୟରତ ଅଛନ୍ତି ସେମାନଙ୍କୁ ମଧ୍ୟ ଯାତ୍ରୀ ମାନଙ୍କୁ ଉତ୍ତମ ବ୍ୟବହାର କରିବା ସହ ଯାତ୍ରୀ ମାନଙ୍କୁ ଉଚିତ୍ ସୁରକ୍ଷା ଦେବାପାଇଁ ନିର୍ଦ୍ଦେଶ ଦିଆ ଯାଇଛି।

Leave a Reply

Your email address will not be published. Required fields are marked *