ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ ଙ୍କ ସୂଚନା କେନ୍ଦ୍ର ପରିଦର୍ଶନ

ପୁରୀ ୮/୭ ପବିତ୍ର ରଥଯାତ୍ରା ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୧୩ ଟି ଅସ୍ଥାୟୀ ସୂଚନା କେନ୍ଦ୍ର ଖୋଲା ଯାଇଛି।ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ ସରୋଜ କୁମାର ସାମଲ ଆଜି ପୂର୍ବାହ୍ନରେ ବଳଗଣ୍ଡି, ବଡ ଶଖଂ ଓ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ମୁକ୍ତାକାଶ ରଙ୍ଗ ମଞ୍ଚ ର ଶରଧାବାଲି ସୂଚନା କେନ୍ଦ୍ର ପରିଦର୍ଶନ କରିଥିଲେ।ଅନ୍ୟାନ୍ୟ ସେବା ଭଳିଶ୍ରଦ୍ଧାଳୁ ମାନଙ୍କ ସୁବିଧା ପାଇଁ ଏହି ସୂଚନା କେନ୍ଦ୍ର ଉପଲବ୍ଧ ହୋଇଛି। ପରସ୍ପର ଠାରୁ ବିଛିନ୍ନ ହୋଇ ବ୍ୟସ୍ତ ହୋଇ ଯାଉଥିବା ବ୍ୟକ୍ତି ବିଶେଷ ଙ୍କୁ ଏହି ସୂଚନା ସେବା ମାଧ୍ୟମରେ ପରସ୍ପର ସହ ମିଳିତ ହେବାର ସେବା ଯୋଗାଇ ଦିଆଯାଉଛି ବୋଲି ସେ

। ସେହିଭଳି ସାଧାରଣ ଲୋକ ମାନ ଙ୍କୁ ବିଭିନ୍ନ ଅତ୍ୟାବଶ୍ୟକ ସୂଚନା ଦେବା, ଭିଡ ମଧ୍ୟରେ ସେମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ସତର୍କ ସୂଚନା ଦେବା,ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମାସିକ ଭାବେ ଓ ସ୍ୱତନ୍ତ୍ର ବିଶେଷାଙ୍କ ଭାବେ ପ୍ରକାଶିତ ଉତ୍କଳ ପ୍ରସଙ୍ଗ, ଓଡିଶା ରିଭ୍ୟୁ ଓ ଭଜନ ପୁସ୍ତିକା ବିକ୍ରୟ କରିବା ଏବଂ ପ୍ରତ୍ୟେକ ସଂଧ୍ୟାରେ ପ୍ରତି ସୂଚନା କେନ୍ଦ୍ର ରେ ପାରମ୍ପରିକ ଲୋକ କଳା,ଭଜନ ଇତ୍ୟାଦି ପରିବେଷଣର ବ୍ୟବସ୍ଥା କରାଯାଇଛି।ନିର୍ଦ୍ଦେଶକ ଶ୍ରୀ ସାମଲ ଅସ୍ଥାୟୀ ସୂଚନା କେନ୍ଦ୍ର ରୁ ଉତ୍କଳ ପ୍ରସଙ୍ଗ ଓଡିଶା ରିଭ୍ୟୁ ଓ ଭଜନ ପୁସ୍ତକ କ୍ରୟ କରୁଥିବା ପାଠକ ମାନଙ୍କ ସହ ବାର୍ତ୍ତାଳାପ କରିଥିଲେ।ସେହିପରି ସୂଚନା କେନ୍ଦ୍ର ମାନଙ୍କ ରେ ଶିଶୁ ସୁରକ୍ଷା ୟୁନିଟ ର ସ୍ୱଛାସେବୀ ମାନେ ହଜି ଯାଉଥିବା ଶିଶୁ ମାନଙ୍କ ଉଦ୍ଧାର ଓ ପରିବାର ସହ ମିଶାଇବା ପ୍ରକ୍ରିୟାରେ ମଧ୍ୟ ସହଯୋଗ କରୁଛନ୍ତି।ଶ୍ରୀ ସାମଲ ଘୋଷକ ଓ ଶିଶୁ ସୁରକ୍ଷା ସ୍ୱଛାସେବୀ ମାନଙ୍କ ସହ ଆଲୋଚନା ଓ ବିଭିନ୍ନ ପରାମର୍ଶ ଦେଇଥିଲେ।

Leave a Reply

Your email address will not be published. Required fields are marked *