ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ମହାପ୍ରଭୁ ଦର୍ଶନ
ପୁରୀ ଗସ୍ତରେ ଆସିଥିବା ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ. ଭି. ରମନ୍ନା ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପ୍ରଧାନ ବିଚାରପତି ସିଂହଦ୍ବାରରେ ପହଞ୍ଚିବା ପରେ ସିଂହଦ୍ବାର ନିକଟରେ 5ଟି ସଚିବ ଭି. କେ. ପାଣ୍ଡିଆନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଶନ କୁମାର, ଜିଲ୍ଲାପାଳ ଓ ଏସପି ତାଙ୍କୁ ସ୍ବାଗତ କରିଥିଲେ। ପାରମ୍ପରିକ ବେଶ ପୋଷାକରେ ଥିବା ପ୍ରଧାନ ବିଚାରପତି ବାଇଶି ପାହାଚ ଦେଇ ଶ୍ରୀମନ୍ଦିରକୁ ଯାଇ ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପ୍ରାୟ ୪୫ ମିନିଟ ସେ ଶ୍ରୀମନ୍ଦିରରେ ବିତାଇବା ସହ ବିମଳା, ଲକ୍ଷ୍ମୀ ଓ ପାର୍ଶ୍ବ ଦେବାଦେବୀଙ୍କ ମନ୍ଦିର ମଧ୍ୟ ଦର୍ଶନ କରିଥିଲେ। ପ୍ରଧାନ ବିଚାରପତିଙ୍କ କୌଳିକ ପଣ୍ତା ରଜତ ପ୍ରତିହାରୀ ତାଙ୍କ ସହ ଶ୍ରୀମନ୍ଦିରକୁ ଯାଇ ଦର୍ଶନର କରିଥିଲେ। ପ୍ରଧାନ ବିଚାରପତି ଶ୍ରୀମନ୍ଦିର ବିଭିନ୍ନ ଦ୍ବାରର ରୂପାଛାଉଣୀ କାର୍ଯ୍ୟ ଦେଖି ଖୁସି ବ୍ୟକ୍ତ କରିଥିଲେ। ଏହାଛଡା ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଓ ହେରିଡେଜ କରିଡୋର କାର୍ଯ୍ୟ ସମ୍ପର୍କରେ ମୁଖ୍ୟ ପ୍ରଶାସକ ତାଙ୍କୁ ଅବଗତ କରାଇଥିଲେ। ଗତକାଲି ସନ୍ଧ୍ୟାରେ ମଧ୍ୟ ପ୍ରଧାନ ବିଚାରପତି ଶ୍ରୀମନ୍ଦିର ବନ୍ଦ ସତ୍ତ୍ବେ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ବୁଲି ଦେଖିଥିଲେ। ମୁଖ୍ୟ ବିଚାରପତିଙ୍କ ଆଜିର ଦର୍ଶନ ସମୟରେ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ. ମୁରଲିଧର, ପୁରୀ ଜିଲ୍ଲା ଜଜ୍, ଏଏସ ଆଇ ର ଅଧିକ୍ଷକ ଅରୁଣ କୁମାର ମଲ୍ଲିକ ଓ ଅନେକ ବରିଷ୍ଠ ସରକାରୀ ଅଧିକାରୀ ମାନେ ଦର୍ଶନରେ ସାମିଲ ଥିଲେ।