ପାନପୋଷ ସାଙ୍ଗଠନିକ ଜିଲ୍ଲାରେ ବିଜେପିର ନୂତନ ସଦସ୍ୟତା ଅଭିଯାନର ଶୁଭାରମ୍ଭ

ରାଉରକେଲା। ତା ୦୪.୦୯.୨୦୨୪ ଭାରତୀୟ ଜନତା ପାର୍ଟିର ସମ୍ବିଧାନ ଅନୁସାରେ ପ୍ରତି ତିନି ବର୍ଷରେ ଥରେ ନୂତନ ସଭ୍ୟ ସଂଗ୍ରହ କରାଯାଇ ସଦସ୍ୟତା ଆଧାରରେ ଦଳର ପୁର୍ନବିନ୍ୟାସ ହେବା ସହ ନୂତନ ଦାୟିତ୍ୱ ବଂଟନ କରାଯାଏ । ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରୀୟ ସ୍ତରରେ ସେପ୍ଟେମ୍ବର ମାସ ୨ ତାରିଖ ଦିନ ସଦସ୍ୟତା ଅଭିଯାନର ଶୁଭାରମ୍ଭ ହେବା ସହିତ ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା ସଦସ୍ୟତା ଗ୍ରହଣ କରିଥିଲେ । ଏହା ପରେ ପରେ ଦେଶବ୍ୟାପୀ ସଦସ୍ୟତା ଅଭିଯାନ ଆରମ୍ଭ ହୋଇ ଯାଇଛି । ଓଡ଼ିଶା ରାଜ୍ୟରେ ମଧ୍ୟ ଚଳିତ ମାସ ୩ ତାରିଖ ଦିନ ଏହି ଅଭିଯାନରେ ସର୍ବପ୍ରଥମେ ରାଜ୍ୟ ସଭାପତି ମନମୋହନ ସାମଲ ସଦସ୍ୟତା ଗ୍ରହଣ କଲେ ଓ ରାଜ୍ୟ ବ୍ୟାପୀ ଏହା ଚାଲୁ ହୋଇଛି । ଆଜି ପାନପୋଷ ସାଂଗଠନିକ ଜିଲ୍ଲା ତରଫରୁ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ସର୍ବପ୍ରଥମେ ଜିଲ୍ଲା ସଭାନେତ୍ରୀ ସଦସ୍ୟତା ନେବାପରେ , ଜିଲ୍ଲା ସାଧାରଣ ସମ୍ପାଦକ ତଥା ଜିଲ୍ଲା ସଦସ୍ୟତା ଅଭିଯାନ ପ୍ରମୁଖ ସୁବ୍ରତ ପଟ୍ଟନାୟକ , ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ସଞ୍ଜିତା କିସ୍ପଟା , ସରପଞ୍ଚ ସର୍ଵଶ୍ରୀ ଅରୁଣ କିଷାନ ସୁଖମଣି ଓରାମ, ଅଜିତ ତିର୍କୀ ଆଦି ସଦସ୍ୟତା ଗ୍ରହଣ କରିଥିଲେ ଏବଂ ଏହି ଅଭିଯାନକୁ ବ୍ୟାପକତା କରାଯିବ ବୋଲି ସଭାନେତ୍ରୀ ପ୍ରକାଶ କରିଛନ୍ତି । ଦଳର ନୀତି ଆଦର୍ଶ ବିଚାରଧାରାକୁ ଭଲ ପାଉଥିବା ଏବଂ ବିଜେପିକୁ ସମର୍ଥନ କରୁଥିବା ଲୋକ ସଦସ୍ୟତା ଗ୍ରହଣ କରିପାରିବେ ବୋଲି ଜିଲ୍ଲା ସଭାନେତ୍ରୀ ପ୍ରକାଶ କରିଛନ୍ତି l

Leave a Reply

Your email address will not be published. Required fields are marked *