ବିଜୁ ଜନତା ଦଳର ଜୋନ କମିଟି ବୈଠକ ଅନୁଷ୍ଠିତ

ସାନଖେମୁଣ୍ଡି ବ୍ଲକ ଖଲିଙ୍ଗୀ ଗ୍ରାମ ପଞ୍ଚାୟତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ପୁର୍ବତନ ବିଧାୟିକା ସାନଖେମୁଣ୍ଡି ଶ୍ରୀମତୀ ନନ୍ଦିନୀ ଦେବୀ ଙ୍କ ଅଧ୍ୟକ୍ଷତାରେ ବିଜୁ ଜନତା ଦଳର ଜୋନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ମାନ୍ୟବର ବିଧାୟକ ଭୁବନେଶ୍ୱର ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା,ମାନ୍ୟବର ବିଧାୟିକା କବିସୂର୍ଯ୍ୟନଗର ଶ୍ରୀମତୀ ଲତିକା ପ୍ରଧାନ ଏବଂ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇଛନ୍ତି।ଜନ ପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ଥିଲେ।
ରିପୋର୍ଟ- ପୋଲସରାରୁ ସୀମାଞ୍ଚଳ ବାଡ଼ତ୍ୟା।