ସର୍ବ ଭାରତୀୟ ଫେସନ ଓ ଲାଇଫ ଷ୍ଟାଇଲ (ଜୀବନ ଶୈଳୀ )ପ୍ରତିଯୋଗୀତାରେ ଓଡ଼ିଆ ଝିଅ ହାସଲ କଲେ ଦ୍ୱିତୀୟ ସ୍ଥାନ

ନୂଆଦିଲ୍ଲୀ:- ସାମ୍ପ୍ରତିକ ପ୍ରଚଳିତ ଢଙ୍ଗ(ଫେସନ )ଓ ଜୀବନଶୈଳୀକୁ ନେଇ ଫେସନ ଏବଂ ଲାଇଫ ଷ୍ଟାଇଲ ପରିଷଦ ଦ୍ୱାରା ସର୍ବଭାରତୀୟ ସ୍ତରରେ ଦିଲ୍ଲୀର ସାହାଦରା଼ ସ୍ଥିତ ଲୀଳା ଏମ୍ବେନସି କନଭେର୍ସସେସନ ହୋଟେଲ ପରିସରରେ ଗତ ଶୁକ୍ରବାର (୮/୧୦/୨୧)ଦିନ ଆୟୋଜିତ ହୋଇଥିଲା ଫେସନ ଓ ଲାଇଫ ଷ୍ଟାଇଲକୁ ନେଇ ଏକ ସୁନ୍ଦର ପ୍ରତିଯୋଗୀତା କାର୍ଯ୍ୟକ୍ରମ। ଜାତୀୟ ସ୍ତରରେ ଯଶବିନ୍ଦରଙ୍କ ଦ୍ୱାରା ଆୟୋଜନ ହୋଇଥିବା ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ସର୍ବମୋଟ ତେଇଶି ଜଣ ପ୍ରାର୍ଥୀ ଅଂଶ ଗ୍ରହଣ କରିଥିବା ବେଳେ ଏଥିରୁ ଓଡିଶାରୁ ଦୁଇ ଜଣ ପ୍ରାର୍ଥୀ ଭାଗ ନେଇଥିଲେ। ଜାତୀୟ ଓ ଅନ୍ତର୍ଜାତୀକ ସ୍ତରରେ ଜଣାଶୁଣା ଓଡ଼ିଶୀ ନୃତ୍ୟ ଶିଳ୍ପୀ ଭାବେ ବେଶ ପରିଚିତ ଅତିଶୀ ମିଶ୍ର ଏହି ପ୍ରତିଯୋଗୀତାରେ ଭାଗ ନେଇ ଦ୍ୱିତୀୟ ସ୍ଥାନରେ କୃତକାର୍ଯ୍ୟ (ବିଜୟ) ହାସଲ କରିଛନ୍ତି। ଏଥିପୂର୍ବରୁ ନୃତ୍ୟ ବିଦୁଷୀ ଅତିଶୀ ରାଜ୍ୟ ଓ ରାଜ୍ୟ ବାହାରେ ଅନ୍ତର୍ଜାତୀୟ ସ୍ତରରେ ବହୁ ପ୍ରତିଷ୍ଠିତ ମଞ୍ଚରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ବହୁ ସମ୍ମାନଜନକ ପୁରସ୍କାର, ମାନପତ୍ର, ଉପଢୌକନ ପାଇଛନ୍ତି। ସମାଜସେବା କ୍ଷେତ୍ରରେ କାର୍ଯ୍ୟ କରି ଆସୁଥିବା ଓ ଆଗାମୀ ଦିନରେ କାର୍ଯ୍ୟ କରିବାକୁ ଲକ୍ଷ ରଖିଥିବା ଅତିଶୀ ଓଡିଶାର ଅଭିବ୍ୟକ୍ତ କୋରାପୁଟ ଜିଲ୍ଲା ତଥା ବର୍ତ୍ତମାନର ରାୟଗଡା ଜିଲ୍ଲାର ଗୁଣୁପୁର ଉପଖଣ୍ଡ ଵିଚିକୋଟ ଗ୍ରାମରେ ଜନ୍ମିତ। ଚାରି ବର୍ଷ ବୟସରୁ ସର୍ବପ୍ରଥମେ ଗୁରୁ ହରିହର ମହାନ୍ତି ଓ ପରେ ପରେ ବିଶିଷ୍ଠ ନୃତ୍ୟ ଗୁରୁ ଦେବପ୍ରସାଦ ଦାସଙ୍କ ଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଲାଭ କରି ଏବଂ ତାଙ୍କ ଶୈଳୀରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଗୋଟିଏ ପରେ ଗୋଟିଏ ସୋପାନ ଅତିକ୍ରମ କରି ଆଜି ଓଡ଼ିଶୀ ନୃତ୍ୟ ଜଗତରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଗତ କିଛି ବର୍ଷ ଧରି ରାଷ୍ଟୀୟ ରାଜଧାନୀ ଦିଲ୍ଲୀରେ ଥିବା କଳା ଓ ସାଂସ୍କୃତିକ ଅନୁଷ୍ଠାନ “କଳା କଳ୍ପ “ର ସେ ଅଧୁନା ପ୍ରଥିଷ୍ଠାତା ନିର୍ଦେଶକ ଥିବା ଜଣାଯାଇଛି। ଆଗାମୀ ଦିନରେ ଜାତୀୟ ସ୍ତରରେ ଟ୍ରାନ୍ସସ ଜେଣ୍ଡେର (କିନ୍ନର )ମାନଙ୍କ ପାଇଁ ସୁନ୍ଦର ପ୍ରତିଯୋଗୀତାର କାର୍ଯ୍ୟକ୍ରମ କରିବାପାଇଁ ଓ ଅନାଥ ଶିଶୁ ପିଲା ମାନଙ୍କୁ ଚିତ୍ରକଳା, ଶାସ୍ତ୍ରୀୟ ନୃତ୍ୟ, ଯୋଗ, ବୈଦିକମନ୍ତ୍ର ଶିକ୍ଷାଦାନ ଦେଇ ସେମାନଙ୍କୁ ମଞ୍ଚ ଯୋଗାଇ ଦେବା ଲକ୍ଷ ତଥା ଯୋଜନା ରହିଛି ବୋଲି ନୃତ୍ୟ ଶିଳ୍ପୀ ଅତିଶୀ ଆମ ଦିଲ୍ଲୀ ପ୍ରତିନିଧି ଲକ୍ଷ୍ମୀନାରାୟଣ ବେବର୍ତ୍ତାଙ୍କ ଆଗରେ ପ୍ରକାଶ କରିଛନ୍ତି।

ଅତିଶୀ ମିଶ୍ର

ରିପୋର୍ଟ- ଲକ୍ଷ୍ମୀନାରାୟଣ ବେବର୍ତ୍ତା, ନୂଆଦିଲ୍ଲୀ।

Leave a Reply

Your email address will not be published. Required fields are marked *