ଉର୍ଜାବାନ ଓଡିଶା ତରଫରୁ ଲାଇଫ ଗାର୍ଡ଼ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ପୁରୀ :୧୧/୧୦:- ଗତକାଲି ପୁରୀ ସମୁଦ୍ରରେ ୩ ଜଣ ଭାସି ଯାଉଥିବା ବେଳେ ନିଜ ଜୀବନକୁ ବାଜି ଲଗାଇ ତାଙ୍କୁ ଉଦ୍ଧାର କରି ନିଜର ଅଦମ୍ୟ ସାହସିକତାର ପରିଚୟ ଦେଇଥିବା ରକ୍ଷା କରିଥିବା ଲାଇଫ ଗାର୍ଡ଼ ତ୍ରିନାଥ, ବି. ପୂର୍ଣ୍ଣଚନ୍ଦ୍ର, କାଶୀରାମ, ବିମ ବେହେରା, ବାବୁଲା, ଜାଗା ନାରଣ, ଲୋକନାଥମାନଙ୍କୁ ଆଜି ଉର୍ଜାବାନ ଓଡ଼ିଶା ପରିବାର ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ସଦାସର୍ବଦା ନିଜ ଜୀବନକୁ ବାଜି ଲଗାଇ, ପରିବାର ଘର ଦ୍ଵାରକୁ ଭୁଲି ଲୋକଙ୍କ ସୁରକ୍ଷାରେ ନିଜକୁ ନିଯୋଜିତ କରିବା ର ଏହି ଅଦମ୍ୟ ପ୍ରୟାସ ଜାରି ରଖିବା ପାଇଁ ସଂଗଠ ର ସଭାପତି ଶ୍ରୀ ସନ୍ତୋଷ କୁମାର ସେନାପତି ମତପୋଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂପାଦିକା ନିହାରିକା ତ୍ରିପାଠୀ, ଚିନ୍ମୟ ଦାଶ, ଦେବଜୀତ ଦାସ, ଗୌତମ ସାହୁ,ଜମ୍ବେଶ୍ୱର, ଦେବେନ୍ଦ୍ର ସୁବୁଦ୍ଧି, ଜଗନ୍ନାଥ ପଣ୍ଡାମାନେ ଉପସ୍ଥିତ ଥିଲେ।