ମ୍ୟାଚଷ୍ଟିକ ଆର୍ଟ

ଚଳିତବର୍ଷ କୋଭିଡ କଟକଣା କାରଣରୁ ଫିକା ପଡିଛି ଶାରଦୀୟ ଦୂର୍ଗାଉତ୍ସବ।ଏଭଳିସ୍ଥଳେ ଆଇସକ୍ରିମ୍ କାଠିରେ ନିର୍ମିତ ହୋଇଛି ମା’ ଦୁର୍ଗାଙ୍କ ମୁଖମଣ୍ଡଳ । ପୁରୀ କୁମୁତିପାଟଣା ସାହିର ଯୁବଶିଳ୍ପୀ ବିଶ୍ୱଜିତ ନାୟକ ଦୁର୍ଗାପୂଜା ଅବସରରେ ଆଇସକ୍ରିମ୍ କାଠିରେ ମା’ ଙ୍କ ସୁନ୍ଦର ପ୍ରତିମୂର୍ତ୍ତି କରିଛନ୍ତି । ଶାରଦୀୟ ଦୁର୍ଗାପୂଜା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛାର ବାର୍ତ୍ତା ଦେଇଛନ୍ତି ବିଶ୍ୱଜିତ।ଏହି କଳା ପାଇଁ ୨୭୫ ଟି ଆଇସକ୍ରିମ୍ କାଠି ବ୍ୟବହୃତ ହୋଇଛି।୬ ଦିନ ଅକ୍ଲାନ୍ତ ପରିଶ୍ରମ କରି ସେ ଏହି ଦୁର୍ଗାଙ୍କ ମୁଖ ମଣ୍ଡଳ ତିଆରି କହିଛନ୍ତି। ମା’ ଙ୍କ ମୁଖମଣ୍ଡଳରେ ତୁଳି ସାହାର୍ଯ୍ୟରେ ବିଭିନ୍ନ ରଙ୍ଗ ଦେଇ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତିକୁ ସେ ଅତି ନିଖୁଣ ଭାବେ କରିଛନ୍ତି। କୋଭିଡ୍ ଗାଇଡ ଲାଇନ ମାନି ଦୁର୍ଗାପୂଜା ପାଳିବାକୁ ସେ ଅନୁରୋଧ କରିଛନ୍ତି। ବିଶ୍ୱଜିତ ଡିପ୍ଲୋମା ଇଞ୍ଜିନିୟରିଂ ଶେଷ ବର୍ଷର ଛାତ୍ର। ସେ ଆଗରୁ ମଧ୍ୟ ଆଇସକ୍ରିମ୍ କାଠିରେ ବିଭିନ୍ନ ଦେବାଦେବୀଙ୍କ ମୁଖ ମଣ୍ଡଳ ତିଆରି କରି ବେଶ୍ ଚର୍ଚ୍ଚା ସାଉଁଟିଛନ୍ତି।

Leave a Reply

Your email address will not be published. Required fields are marked *