ପୁରୀ ପୋଲିସର ଅପରେସନ ବ୍ରାଉନସୁଗାର

ପୁରୀ ପୋଲିସର ଅପରେସନ ବ୍ରାଉନସୁଗାର। ଗତକାଲି ପରେ ଆଜି ପୁରୀ ଏସଟିଏଫ୍ କବଜାରେ ବ୍ରାଉନସୁଗାର ବେପାରୀ। 5 ଜଣ ଧଳାଜହର ବେପାରୀଙ୍କୁ ଗିରଫକଲା ପୁରୀ ବଳିଆପଣ୍ଡା ଥାନା। ସେମାନଙ୍କ ଠାରୁ 250 ଗ୍ରାମ୍ ବ୍ରାଉନସୁଗାର ଜବତ। ଗିରଫ 5 ଜଣ ବେପାରୀଙ୍କ ଘର ଖୋର୍ଦ୍ଧା ଜିଲ୍ଲାରେ। ଧରାପଡିଥିବା ବେପାରୀଙ୍କ ଠାରୁ 11ଟି ମୋବାଇଲ ଫୋନ୍,,5000 ନଗଦ ଟଙ୍କା,,ଦୁଇଟି ଏଟିଏମ୍ କାର୍ଡ,ଗୋଟିଏ ମଟର ସାଇକେଲ, ଗୋଟିଏ ଚାରିଚକିଆ ଗାଡି ସହ 250 ଗ୍ରାମ୍ ଧଳାଜହର ଜବତ। ଜବତ 250 ଗ୍ରାମ୍ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ 25 ଲକ୍ଷ ଟଙ୍କା।