ସରପଞ୍ଚଙ୍କ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ସଭା

  ଭଦ୍ରକ :୧୧/୧୦ :- ଭଦ୍ରକ ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଖପରପଦା ପଂଚାୟତର ସରପଂଚଙ୍କୁ ୪ଦିନ ତଳେ କେତେକ ଦୁର୍ବୁତ୍ତ ଆକ୍ରମଣ କରିଥିବାବେଳେ ଆଜିସୁଦ୍ଧା ଅଭିଯୁକ୍ତ ମାନଙ୍କୁ ଧୂଷୁରୀ ପୋଲିସ ଗିରଫ କରିପାରିନ ଥିବାରୁ ଆଜି ସନ୍ଧ୍ୟାରେ ଶହୀଦନଗର ବଜାର ଠାରେ ଭାରତୀୟ ଜନତାପାର୍ଟି ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ବରିଷ୍ଠ ବିଜେପିନେତା ଅଶୋକ ପୁହାଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟ ବିରୋଧିଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ ଯୋଗଦେଇଥିଲେ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *